fbpx
BSKY SKY
BSKY SKY

MBBS ଓ NEET PG ସିଟରେ ଦୁଇଗୁଣ ବୃଦ୍ଧି: ସୂଚନା ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ

BSKY

ନୂଆଦିଲ୍ଲୀ: ସମଗ୍ର ଦେଶରେ ଏବିବିଏସ ଓ ନିଟ୍ ପିଜିର ସିଟ୍ ଗୁଡ଼ିକ ଦ୍ୱିଗୁଣିତ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭିଆ କହିଛନ୍ତି ଯେ, ଗତ ୧୦ ବର୍ଷ ମଧ୍ୟରେ ଦେଶରେ ଏବିବିଏସ ଓ ନିଟ୍ ପିଜି ସିଟ୍ ସଂଖ୍ୟା ଦୁଇ ଗୁଣରୁ ଅଧିକ ବୃଦ୍ଧି ପାଇଛି । ଏହି ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟମନ୍ତ୍ରୀ ମଧ୍ୟ ଆକଳନ କରିଛନ୍ତି । ମନ୍ତ୍ରୀ କହିଛନ୍ତି ଯେ, ପିଜି ମେଡିକାଲ ସିଟ୍ ପାଇଁ ୨୦୧୪ ରୁ ୨୦୨୪ ମଧ୍ୟରେ ଗତ ଦଶନ୍ଧି ମଧ୍ୟରେ ୩୯,୪୮୯ ଟି ସିଟ୍ ସୃଷ୍ଟି କରାଯାଇଛି ।

ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଦେଶରେ ମୋଟ ଏମବିବିଏସ ସିଟ୍ ୧,୦୮,୯୪୦ ଏବଂ ପିଜି ସିଟ୍ ସଂଖ୍ୟା ୭୦,୬୭୪ କୁ ବୃଦ୍ଧି ପାଇଥିବାବେଳେ ୨୦୧୪ ରେ ଏହା ମାତ୍ର ୫୧,୩୪୮ ଥିଲା । ମନ୍ତ୍ରୀ ଦାବି କରିଛନ୍ତି ଯେ, ୨୦୧୪ ରୁ ୨୦୨୪ ମଧ୍ୟରେ ଗତ ୧୦ ବର୍ଷ ମଧ୍ୟରେ ୫୭,୫୯୨ ନୂତନ ଏମବିବିଏସ ସିଟ୍ ସୃଷ୍ଟି କରାଯାଇଛି ।

ଗତ ମାସରେ ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ଭାରତୀ ପ୍ରବୀଣ ପାୱାର କହିଥିଲେ ଯେ, କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା (ସିଏସଏସ୍) ଅଧୀନରେ ତିନିଟି ପର୍ଯ୍ୟାୟରେ ୧୫୭ ଟି ସରକାରୀ ମେଡିକାଲ କଲେଜକୁ ଅନୁମୋଦନ କରାଯାଇଛି । ଯେଉଁଥିରୁ ୧୦୮ ଟି କାର୍ଯ୍ୟକ୍ଷମ ହୋଇସାରିଛି । ପାୱାର ଦାବି କରିଛନ୍ତି ଯେ ସରକାର ମେଡିକାଲ କଲେଜ ସଂଖ୍ୟା ବୃଦ୍ଧି କରିଛନ୍ତି ଏବଂ ଏହା ପରେ ଏମବିବିଏସ ସିଟ୍ ମଧ୍ୟ ବୃଦ୍ଧି କରାଯାଇଛି ।

Get real time updates directly on you device, subscribe now.