CHARIDHAM

IND Vs AUS ପ୍ରଥମ ଟେଷ୍ଟ: ନାଗପୁରରେ ଭାରତର ଇନିଂସ ବିଜୟ, ଅଶ୍ୱିନ-ଜାଡେଜାଙ୍କ ଆଗରେ ସରେଣ୍ଡର କଲେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍‌

ନୁଆଦିଲ୍ଲୀ: ବର୍ଡର ଗାଭାସ୍କର ଟ୍ରଫି ୨୦୨୩ ପ୍ରଥମ ମ୍ୟାଚ୍‌ରେ ବଡ଼ ବିଜୟ ହାସଲ କରିଛି ଭାରତ। ନାଗପୁରରେ ଖେଳାଯାଉଥିବା ଏହି ମ୍ୟାଚ୍‌ ଅଢେଇ ଦିନରେ ହିଁ ଶେଷ ହୋଇଯାଇଛି। ଭାରତ ଏହି ମ୍ୟାଚ୍‌ରେ ପ୍ରଥମ ଇନିଂସରେ ୨୨୩ ରନ୍‌ରେ ଆଗୁଆ ରହିବା ସହିତ ୧୩୨ ରନ୍‌ରେ ବିଜୟ ହାସଲ କରିଛି। ଦ୍ୱିତୀୟ ପାଳିରେ ରବିଚନ୍ଦ୍ରନ ଅଶ୍ୱିନ ଏବଂ ରବିନ୍ଦ୍ର ଜାଡେଜାଙ୍କ ଆଗରେ ଅଷ୍ଟ୍ରେଲିଆର ବ୍ୟାଟ୍ସମ୍ୟାନ୍ ସରେଣ୍ଡର କରିଥିଲେ। ୪ ଟେଷ୍ଟ ସିରିଜ ମ୍ୟାଚ୍‌ରେ ଭାରତ ଏବେ ୧-୦ରେ ଆଗୁଆ ହୋଇଛି।