3ୟ ଦିନିକିଆରେ ବ୍ୟାଟରଙ୍କୁ ସାଥ୍ ଦେଲେ ବୋଲର! ୩-୦ରେ ଭାରତର କ୍ଲିନ ସୁଇପ୍, ୧୪୨ରନ୍ରେ ହାରିଲା ଇଂଲଣ୍ଡ
13 ବର୍ଷ ପରେ ଇଂଲଣ୍ଡକୁ କ୍ଲିନ ସୁଇପ କଲା ଭାରତ । ୩ୟ ଦିନିକିଆରେ ଇଣ୍ଡିଆ ଟିମର ଦମ୍ଦାର ପ୍ରଦର୍ଶନ ।
ନୂଆଦିଲ୍ଲୀ: ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ବାଜି ମାରିଲା ଟିମ୍ ଇଣ୍ଡିଆ । ନିଜ ମାଟିରେ କ୍ଲିନ୍ ସୁଇପ କରି ପୁଣି ଦମ୍ ଦେଖାଇଲା ଇଣ୍ଡିଆ ଟିମ୍ । ୧୪୨ରନ୍ରେ ହାରିଲା ଇଂଲଣ୍ଡ ।
୧୪୨ ରନରେ ଇଂଲଣ୍ଡ ଧରାଶାୟୀ- ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ଇଣ୍ଡିଆ ଟିମ୍ 356 ରନରେ ଅଲଆଉଟ ହୋଇଥିଲେ । ଏହାପରେ ଟିମ୍ ବିଜୟୀ ହେବା ପାଇଁ ଟିମ୍ ଇଣ୍ଡିଆକୁ 357 ରନର ଟାର୍ଗେଟ ଦେଇଥିଲା । ହେଲେ ବୋଲରଙ୍କ କମାଲ ଆଗରେ ଧରାଶାୟୀ ହେଲା ଇଂଲଣ୍ଡ । ୩୪.୨ ଓଭରରେ ୨୧୪ ରନରେ ଅଲଆଉଟ୍ ହୋଇଛି ।
ଚାମ୍ପିଅନ ଟ୍ରଫି ପୂର୍ବରୁ ଇଣ୍ଡିଆ ଟିମକୁ ସଫଳତା- ଭାରତୀୟ ବୋଲର ଅର୍ଶଦୀପ ସିଂହ, ହର୍ଷିତ ରାଣା, ଅକ୍ଷର ପଟେଲ, ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଲେଖାଏଁ ୱିକେଟ୍ ନେଇଥିଲେ। ସେହିପରି ୱାସିଂଟନ୍ ସୁନ୍ଦର ଓ କୁଲଦୀପ ଯାଦବଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ଭାରତୀୟ ବୋଲରଙ୍କୁ ମିଳିତ ସଫଳତା ମିଳିଛି । ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଭାରତୀୟ ଦଳ ବଡ଼ ବିଜୟ ହାସଲ କରିଛି ।
ଟସ୍ ଜିତିଥିଲା ଇଂଲଣ୍ଡ-ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚରେ ଟସ୍ ଜିତିଥିଲା ଇଂଲଣ୍ଡ । ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇ ଆରମ୍ଭ ହୋଇଥିଲା ମ୍ୟାଚ । ୫୦ ଓଭରରେ ସମସ୍ତ ୱିକେଟ୍ ହରାଇ ୩୫୬ ରନ୍ ସଂଗ୍ରହ କରିଥିଲା ଭାରତ । ଶୁଭମନ୍ ଗିଲ, ଶ୍ରେୟସ ଆୟର ଓ ବିରାଟ କୋହଲି ବଡ଼ ଇନିଂସ ଖେଳିଥିଲେ ।