fbpx
BSKY
BJD MC SKY
BJD YOUTH SKY

Ind vs Eng: ଓଭାଲ ଟେଷ୍ଟରେ ପଡିଆକୁ ଫେରିବେ ଅଶ୍ୱିନ-ଶାର୍ଦ୍ଦୁଳ, ଏମିତି ହୋଇପାରେ ଭାରତର ପ୍ଲେଇଙ୍ଗ୍ ଇଲେଭେନ

ନୂଆଦିଲ୍ଲୀ : ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଚତୁର୍ଥ ମୁକାବିଲା ଓଭାଲରେ ଖେଳାଯିବ । ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଲର୍ଡ୍ସରେ ଐତିହାସିକ ବିଜୟ ହାସଲ ପରେ ଲିଡ୍ସରେ ଶୋଚନୀୟ ପରାଜୟବରଣ କରିଛି । ଟେଷ୍ଟ ସିରିଜ୍ ଏବେ ୧-୧ରେ ବରାବର ରହିଛି । ଚତୁର୍ଥ ଟେଷ୍ଟ ମ୍ୟାଚ୍ ସେପ୍ଟେମ୍ବର ୨ରେ ଖେଳାଯିବ । ଚତୁର୍ଥ ମ୍ୟାଚ୍ ପୂର୍ବରୁ ବିରାଟ କୋହଲି ଦଳରେ ବଡ ପରିବର୍ତ୍ତନର କରି ପାରନ୍ତି । ଇଶାନ୍ତ ଶର୍ମାଙ୍କ ସ୍ଥାନରେ ରବିଚନ୍ଦ୍ରନ ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜାଙ୍କ ସ୍ଥାନରେ ଶାର୍ଦ୍ଦୁଳ ଠାକୁରଙ୍କୁ ସୁଯୋଗ ମିଳିପାରେ ।

ରବୀନ୍ଦ୍ର ଜାଡେଜା ତୃତୀୟ ଟେଷ୍ଟ ମ୍ୟାଚ୍ ସମୟରେ ଆଣ୍ଠୁରେ ଆଘାତ ଲାଗିଥିଲା । ଏବେ ତାଙ୍କର ଶେଷ ଦୁଇଟି ଟେଷ୍ଟ ଖେଳିବା ନେଇ ସସପେନ୍ସ ରହିଛି । ଅନ୍ୟପଟେ ତୃତୀୟ ଟେଷ୍ଟରେ ଇଶାନ୍ତ ଶର୍ମା ଲୟହୀନ ରହିିଥିଲେ । ଇଶାନ୍ତ ୨୨ ଓଭରରେ ୯୨ ରନ ଦେଇ କୌଣସି ୱିକେଟ୍ ନେଇ ପାରିନଥିଲେ । ବିରାଟ କୋହଲି ସଙ୍କେତ ଦେଇଛନ୍ତି ଯେ, ଚତୁର୍ଥ ଟେଷ୍ଟରେ କୌଣସି ଜଣେ ଦ୍ରୁତ ବୋଲରଙ୍କୁ ବିଶ୍ରାମ ଦିଆଯାଇପାରେ । ଏମିତିରେ ଚୂଡାନ୍ତ ଏକାଦଶରେ ରବିଚନ୍ଦ୍ରନ ଅଶ୍ୱିନ ଖେଳିବା ପ୍ରାୟତଃ ନିଶ୍ଚିତ ଲାଗୁଛି । ଶାର୍ଦ୍ଦୁଳ ଓ ଅଶ୍ୱିନ ଖେଳିଲେ ଭାରତୀୟ ବ୍ୟାଟିଂ ଆହୁରି ମଜବୁତ ହୋଇ ପାରିବ ।

ଅଶ୍ୱିନଙ୍କୁ ଇଂଲଣ୍ଡ ଗସ୍ତରେ ଲଗାତାର ତିନୋଟି ଟେଷ୍ଟରେ ବେଞ୍ଚରେ ବସିବାକୁ ପଡିଛି । ଏହି ବୋଲର ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ମୁକାବିଲାରେ ୩ଟି ସଫଳତା ହାସଲ କରିଥିଲେ । ସେହି ପରି କାଉଣ୍ଟି କ୍ରିକେଟରେ ସରେ ପକ୍ଷରୁ ଖେଳି ୬ ୱିକେଟ୍ ନେଇଥିଲେ । ଅଶ୍ୱିନ ଟେଷ୍ଟ କ୍ରିକେଟରେ ୫ ଶତକ ମଧ୍ୟ ଅର୍ଜନ କରିଛନ୍ତି । ସେ ନିମ୍ନକ୍ରମର ବ୍ୟାଟସମ୍ୟାନଙ୍କ ସହ ମିଶି ରନ କରିବାରେ ସକ୍ଷମ

ଶାର୍ଦ୍ଦୁଳ ଠାକୁର ନର୍ଟିଂହାମରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ତିନି ୱିକେଟ୍ ନେଇଥିଲେ । ଏହି ଅଲରାଉଣ୍ଡର ଚଳିତ ବର୍ଷ ବ୍ରିସବେନ ଟେଷ୍ଟରେ ୬୭ ରନର ଇନିଂସ ଖେଳି ବ୍ୟାଟିଂରେ ମଧ୍ୟ ନିଜର ଉପଯୋଗିତା ସାବ୍ୟସ୍ତ କରିଛନ୍ତି ।

ଭାରତର ସମ୍ଭାବିତ ଚୂଡାନ୍ତ ଏକାଦଶ

ରୋହିତ ଶର୍ମା, କେଏଲ ରାହୁଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି(ଅଧିନାୟକ), ଆଜିଙ୍କ୍ୟ ରାହାଣେ, ଋଷଭ ପନ୍ତ, ରବିଚନ୍ଦ୍ରନ ଅଶ୍ୱିନ, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ଶାମି, ଯଶପ୍ରୀତ ବୁମରା ଓ ମହମ୍ମଦ ସିରାଜ ।

Get real time updates directly on you device, subscribe now.