fbpx

ଟେଲିଭିଜନର ଶ୍ରୀକୃଷ୍ଣ, ଯାହାଙ୍କୁ ଭଗବାନ ଭାବି ପୂଜା କରିଥିଲେ ଲୋକେ

ଓଡ଼ିଶା ଭାସ୍କର ବ୍ୟୁରୋ: ଟେଲିଭିଜନ୍ ଦୁନିଆରେ ପ୍ରସାରଣ ହେଉଥିବା ଅନେକ ପ୍ରକାରର ପୌରାଣିକ କଥା ଆପଣ ମାନେ ଦେଖୁଥିବେ । ଏଥିରେ ମଧ୍ୟରେ କିଛି ଭୁମିକା ଏପରି ରହିଛି ଯାହାକୁ ଦର୍ଶକ ଖୁବ୍ ପସନ୍ଦ କରିଥାନ୍ତି । ଏମିତି ଏକ ସମୟ ରହିଥିଲା ଯେତେବେଳେ ରାମାୟଣ ଠାରୁ ଆରମ୍ଭ କରି ଶ୍ରୀକୃଷ୍ଣ ଭଳି କାର୍ଯ୍ୟକ୍ରମରେ ଭଗବାନଙ୍କ ଭୂମିକା ନିଭାଉଥିବା ଅଭିନେତା ମାନଙ୍କ ପାଦ ତଳେ ମୁଣ୍ଡିଆ ମାରୁଥିଲେ ଲୋକେ । ସେହିପରି ଟିଭିରେ ପ୍ରସାରିତ ହେଉଥିବା ଧାର୍ମିକ କାର୍ଯ୍ୟକ୍ରମରେ ଅନେକ ଅଭିନେତା ଶ୍ରୀକୃଷ୍ଣ ଭୁମିକାରେ ନଜର ଆସିଛନ୍ତି । ଏହି ଅଭିନେତା ମାନେ ନିଜ ଭୁମିକାକୁ ଏତେ ପରିମାଣରେ ଜୀବନ୍ତ ବନାଇଛନ୍ତି ଯେ, ଦର୍ଶକ ମାନେ ସେମାନଙ୍କୁ ଖୁବ୍ ଭଲ ପାଇବା ଦେଇଛନ୍ତି ।

ନୀତିଶ ଭରଦ୍ୱାଜ

୯୦ ଦଶକରେ ବିଆର୍ ଚୋପ୍ରାଙ୍କ “ମହାଭାରତ” ରେ ନୀତିଶ ଭରଦ୍ୱାଜ କୃଷ୍ଣ ଭୁମିକାରେ ନଜର ଆସିଥିଲେ । ସେତେବେଳେ ତାଙ୍କ ବୟସ ୨୩ ବର୍ଷ ହୋଇଥିଲା । ସେହି ସମୟରେ ତାଙ୍କ ଭୁମିକାକୁ ଲୋକେ ଖୁବ୍ ପସନ୍ଦ କରିଥିଲେ । ସେତେବେଳେ ତାଙ୍କ ଲୋକପ୍ରିୟତା ବି ଖୁବ୍ ବଢ଼ିଯାଇଥିଲା । ଏହା ବ୍ୟତୀତ ସେ ବିଷ୍ଣୁପୂରାଣରେ ବିଷ୍ଣୁଙ୍କ ଭୂମିକାରେ ବି ନଜର ଆସି ସାରିଛନ୍ତି ।

ସର୍ବଦମନ୍ ଡି ବାନାର୍ଜୀ

“ଶ୍ରୀ କୃଷ୍ଣା”ରେ ସର୍ବଦମନ୍ ଡି ବାନାର୍ଜୀ କୃଷ୍ଣଙ୍କର ମୁଖ୍ୟ ଭୁମିକାରେ ନଜର ଆସିଥିଲେ । ତାଙ୍କୁ ଏହି ରୋଲ୍ ରୁ ଖୁବ୍ ଲୋକପ୍ରିୟତା ମିଳିଥିଲା । ଏହାପରେ ସେ ସିରିଏଲ୍ ଅର୍ଜୁନ୍, ଜୟ ଗଙ୍ଗା ମୟା ଏବଂ ଓମ୍ ନମଃ ଶିବାୟ ରେ ମଧ୍ୟ ନଜର ଆସିଥିଲେ । ଏହିସବୁ ଶୋ’ରେ ସେ କୃଷ୍ଣ ଭୁମିକା ନିଭାଇଥିଲେ ।

ନିର୍ଣ୍ଣୟ ସମଧିୟା

ପରମାବତାର ଶ୍ରୀକୃଷ୍ଣ ଶୋ’ରେ ବାଳକ କୃଷ୍ଣ ରୂପରେ ନିର୍ଣ୍ଣୟ ସମଧିୟା ଦେଖିବାକୁ ମିଳିଥିଲେ । ଦର୍ଶକ ନିର୍ଣ୍ଣୟଙ୍କୁ ଖୁବ୍ ପସନ୍ଦ କରିଥିଲେ । ଶୋ’ରେ ରାଧାଙ୍କ ସହିତ ତାଙ୍କ କେମେଷ୍ଟ୍ରୀକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ ।

ସୌରଭ ରାଜ୍ ଜୈନ୍

ଆଜିକା ସମୟରେ ଶୀକୃଷ୍ଣ ଭୁମିକାରେ ସୌରଭ ରାଜ୍ ଜୈନ୍ ହେଉଛନ୍ତି ଜଣେ ଜଣାଶୁଣା ଚେହେରା । ସୌରଭ ୨୦୧୩ ମସିହାରେ ତିଆରି ହୋଇଥିବା ନୁତନ ମହାଭାରତରେ ଶ୍ରୀକୃଷ୍ଣ ଭୂମିକାରେ ନଜର ଆସିଥିଲେ । ଏହାବ୍ୟତୀତ ଅନ୍ୟ କାର୍ଯ୍ୟକ୍ରମରେ ଗୁଡ଼ିକରେ ବି ସେ କୃଷ୍ଣ ଭୂମିକାରେ ଦେଖିବାକୁ ମିଳିଛନ୍ତି ।

ସୁମେଧ୍ ମୁଗ୍ଦଲକର୍

୨୦୧୮ରେ ଷ୍ଟାର୍ ଭାରତ ଚ୍ୟାନେଲ୍ ରେ ଆରମ୍ଭ ହୋଇଥିବା ରାଧା-କୃଷ୍ଣରେ କୃଷ୍ଣ ଭୂମିକାରେ ନଜର ଆସିଥିଲେ ସୁମେଧ । ସେଥିରୁ ସେ ଖୁବ୍ ଲୋକପ୍ରିୟତା ହାସଲ କରିଥିଲେ । ଦର୍ଶକଙ୍କ ହୃଦୟରେ ସେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ବନାଇଛନ୍ତି । ଏହା ବ୍ୟତୀତ ଅନେକ ଶୋ’ରେ ବି ବିଭିନ୍ନ ପ୍ରକାର ଭୂମିକାରେ ଦେଖିବାକୁ ମିଳିଛନ୍ତି ।

 

Get real time updates directly on you device, subscribe now.