fbpx
BSKY
BJD MC SKY
BJD YOUTH SKY

ହଜମ ପ୍ରକ୍ରିୟା ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ କଞ୍ଚା ପିଆଜ, ଜାଣନ୍ତୁ କିପରି

ଅନେକ ଲୋକ ଭୋଜନ ସହିତ କଞ୍ଚା ପିଆଜକୁ ସାଲାଡ ଭାବେ ଖାଇବାକୁ ପସନ୍ଦ କରିଥାନ୍ତି । କଞ୍ଚା ପିଆଜ ଭୋଜନର ସ୍ୱାଦ ବଢ଼ାଇବା ସହିତ ଶରୀର ପାଇଁ ମଧ୍ୟ ଲାଭଦାୟକ ସାବ୍ୟସ୍ତ ହୋଇଥାଏ । ତେବେ ଆସନ୍ତୁ ଜାଣିବା କଞ୍ଚା ପିଆଜ ଖାଇବାର ଚମତ୍କାରୀ ଫାଇଦା ବିଷୟରେ…

– କଞ୍ଚା ପିଆଜ ଖାଇବା ଦ୍ୱାରା ସଲଫର୍ ମିଳିଥାଏ, ଯାହାକି ଶରୀରରେ କ୍ୟାନ୍ସର ସେଲକୁ ଶେଷ କରିବାର କ୍ଷମତା ରଖିଥାଏ । ଏଭଳି ପରିସ୍ଥିତିରେ ଆପଣ କଞ୍ଚା ପିଆଜ ଖାଇ କ୍ୟାନ୍ସର ଭଳି ମାରାତ୍ମକ ରୋଗକୁ ସହଜରେ ହରାଇପାରିବେ ।

– ଗ୍ରୀଷ୍ମ ଋତୁରେ ଗରମ ପବନ ପ୍ରବାହିତ ହେବାରୁ ‘ଲୁ’ ହେବାର ସମ୍ଭାବନା ରହିଥାଏ । କିନ୍ତୁ କଞ୍ଚା ପିଆଜ ଖାଇବା ଦ୍ୱାରା ଆପଣ ଏହି ସମସ୍ୟାରୂ ଦୂରେଇ ଯିବେ ।

– ଏହା ବ୍ୟତୀତ କଞ୍ଚା ପିଆଜ ମଧ୍ୟ ଆପଣଙ୍କ ହଜମ ପ୍ରକ୍ରିୟା ପାଇଁ ଅତ୍ୟନ୍ତ ଲାଭଦାୟକ । ତେବେ ଏଥିରେ ଫାଇବର ଥାଏ, ଯାହାକି କୋଷ୍ଠକାଠିନ୍ୟ ସହିତ ଅନ୍ୟ ପେଟ ସମସ୍ୟାକୁ ଦୂର କରିଥାଏ ।

– ଯେଉଁମାନଙ୍କର କିଡନୀରେ ଷ୍ଟୋନ ରହିଛି, ସେମାନେ ପ୍ରତିଦିନ ୨ ଚାମଚ ପିଆଜ ରସ ପିଅନ୍ତୁ । ଏପରି କରିବା ଦ୍ୱାରା ଆପଣ ଷ୍ଟୋନ୍ ସମସ୍ୟାରୁ ସବୁଦିନ ପାଇଁ ମୁକ୍ତି ପାଇବେ ।

Get real time updates directly on you device, subscribe now.