fbpx
BJD SKY
BJD SKY

ନିଜ ଭୁଲ୍ ସ୍ୱୀକାର କଲେ ଅଧିନାୟକ ଜୋ ରୁଟ୍, କହିଲେ- ଏହି ଦୁଇ ଖେଳାଳିଙ୍କୁ ହାଲୁକାରେ ନେଇ ଗଲୁ

BJD

ନୂଆଦିଲ୍ଲୀ : ଭାରତ ଲର୍ଡ୍ସର ଐତିହାସିକ ମଇଦାନରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡକୁ ୧୫୧ ରନରେ ପରାସ୍ତ କରି ଇତିହାସ ରଚିଛି । ଏଥିସହ ପାଞ୍ଚ ମ୍ୟାଚ୍ ବିିଶିଷ୍ଟ ଟେଷ୍ଟ ସିରିଜରେ ଦଳ ୧-୦ରେ ଅଗ୍ରଣୀ ହାସଲ କରିଛି । ଏହି ମ୍ୟାଚ୍ ହାରିବା ପରେ ଅଧିନାୟକ ଜୋ ରୁଟ୍ ସ୍ୱୀକାର କରିଛନ୍ତି ଯେ, ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ତାଙ୍କ ଦଳର ରଣନୀତି ଭୁଲ୍ ସାବ୍ୟସ୍ତ ହୋଇଛି । ସେ କହିଛନ୍ତି, ଆମେ ଭାରତର ନିମ୍ନ କ୍ରମର ବ୍ୟାଟସମ୍ୟାନଙ୍କୁ ହାଲୁକାରେ ନେଇଗଲୁ । ଲର୍ଡ୍ସ ଟେଷ୍ଟର ପଞ୍ଚମ ଦିନରେ ଇଂଲଣ୍ଡର ପଲ୍ଲା ଭାରି ରହିଥିଲା । ହେଲେ ମହମ୍ମଦ ଶାମି ଅପରାଜିତ ୫୬ ଓ ଯଶପ୍ରୀତ ବୁମରା ଅପରାଜିତ ୩୪ ରନ କରି ନବମ ୱିକେଟ୍ ପାଇଁ ୮୯ ରନର ଯୋଡିଥିଲେ । ଏହି ଭାଗିଦାରୀ ଦମରେ ଭାରତ ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରି ପାରିଥିଲା ।

ଭାରତ ୨୯୮/୭ରେ ପାଳି ଘୋଷଣା କରିଥିଲା । ଆଉ ଇଂଲଣ୍ଡକୁ ଦୁଇଟି ସେସନ ଖେଳିବାକୁ ଥିଲା । ହେଲେ ଭାରତର ଘାକତ ବୋଲିଂର ମୁକାବିଲା କରିନପାରି ଇଂଲଣ୍ଡ ୧୨୦ ରନରେ ଅଲଆଉଟ୍ ହୋଇଛି । ରୁଟ୍ ଭର୍ଚୁଆଲ କନଫରେନ୍ସରେ କହିଛନ୍ତି ଯେ, ଅଧିନାୟକ ଭାବେ ମୋର ଦାୟିତ୍ୱ ସବୁଠୁ ଅଧିକ ରହିଛି । ରଣନୀତିରେ କେଉଁଠି ଭୁଲ ରହିଗଲା । ଶାମି ଓ ବୁମରାଙ୍କ ଭାଗିଦାରୀ ଖେଳର ଗୁରୁତ୍ୱପୂର୍ଣ୍ଣ ମୋଡ ଥିଲା । ଆମେ ସେମାନଙ୍କୁ ହାଲୁକାରେ ନେଇ ବଡ ଭୁଲ କରି ଦେଲୁ । ଏହା ନିରାଶଜନକ ଯେ, ଆମେ ନିଜର ଇନିଂସ ସମ୍ଭାଳି ପାରିଲୁ ନାହିଁ । ରୁଟ୍ ସ୍ୱୀକାର କରିଛନ୍ତି ଯେ, ଶାମି ଓ ବୁମରାଙ୍କ ବିରୋଧରେ ସଟ୍ ବୋଲ୍ ରଣନୀତି ବିଫଳ ରହିଛି ।

ସୂଚନାଯୋଗ୍ୟ, ଲର୍ଡ୍ସ ଟେଷ୍ଟର ଅନ୍ତିମ ଦୁଇଟି ସେସନରେ ଭାରତର ଦ୍ରୁତ ବୋଲର ଘାତକ ବୋଲିଂ କରି ଇଂଲଣ୍ଡର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ । ମହମ୍ମଦ ସିରାଜ ୪, ଯଶପ୍ରୀତ ବୁମରା ୩, ଇଶାନ୍ତ ଶର୍ମା ୨ ଓ ମହମ୍ମଦ ଶାମି ୧ ୱିକେଟ୍ ନେଇ ଭାରତକୁ ବିଜୟୀ କରାଇଛନ୍ତି । ହେଲେ ଖେଳର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଥିଲା ମହମ୍ମଦ ଶାମି ଓ ବୁମରାଙ୍କ ମଧ୍ୟରେ ୮୯ ରନର ଭାଗିଦାରୀ ।

Get real time updates directly on you device, subscribe now.