fbpx

Star Sportsରେ ଦେଖିପାରିବେନି IND vs ENG ଟେଷ୍ଟ ସିରିଜ: ଏହି ଚାନେଲରେ ହେବ Live Telecast

ନୂଆଦିଲ୍ଲୀ: ଆସନ୍ତା ଜାନୁୟାରୀ ୨୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଭାରତ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ । ଉଭୟ ଦଳ ମଧ୍ୟରେ ୫ଟି ଟେଷ୍ଟ ଖେଳାଯିବ । ତେବେ ଏହି ସିରିଜ ପୂର୍ବରୁ ଏହି ସିରିଜର ପ୍ରସାରଣକୁ ନେଇ ଏକ ବଡ଼ ଖବର ଆସିଛି । ସବୁଠାରୁ ଲୋକପ୍ରିୟ ସ୍ପୋର୍ଟସ ଚ୍ୟାନେଲ ‘Star Sports’ ଏହି ସିରିଜର ଲାଇଭ ଟେଲିକାଷ୍ଟ ହୋଇ ପାରିବ ନାହିଁ । ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜର ସିଧାପ୍ରସାରଣର ଟେଣ୍ଡର ଆଉ ଏକ ଚ୍ୟାନେଲକୁ ହସ୍ତାନ୍ତର କରାଯାଇଛି । ତେବେ ଆସନ୍ତୁ ଜାଣିବା କେବେ, କେଉଁଠି ଏବଂ କେଉଁ ଚ୍ୟାନେଲରେ କ୍ରିକେଟ ଫ୍ୟାନ୍ସ ଏହି ସିରିଜର ଲାଇଙ ଟେଲିକାଷ୍ଟ ଦେଖିପାରିବେ ।

ଭାରତ ଏବଂ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ପ୍ରତ୍ୟେକ ମ୍ୟାଚ ଭାରତୀୟ ସମୟାନୁସାରେ ସକାଳ ୯.୩୦ରେ ଆରମ୍ଭ ହେବ । ତେବେ ‘Star Sports’ କିମ୍ବା ‘Hotstar’ରେ ଏହି ସିରିଜର ସିଧାପ୍ରସାରଣ କରାଯିବ ନାହିଁ । ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଏହି ଟେଷ୍ଟ ସିରିଜର ସିଧାପ୍ରସାରଣ ‘Sports 18’ରେ ଦେଖିପାରିବେ ଦର୍ଶକ । ଏହାବ୍ୟତୀତ ଇଣ୍ଟରନେଟରେ ‘Jio Cinema’ ଆପ୍ ମାଧ୍ୟମରେ ଏହି ସିରିଜର ମଜା ନେଇପାରିବେ କ୍ରିକେଟପ୍ରେମୀ ।

ଜାନୁୟାରୀ ୨୫ ତାରିଖରୁ ମାର୍ଚ୍ଚ ମଧ୍ୟରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ଟି ଟେଷ୍ଟ ମ୍ୟାଚ ଅନୁଷ୍ଠିତ ହେବ । ପ୍ରଥମ ମ୍ୟାଚ ହାଇଦ୍ରାବାଦରେ ଜାନୁୟାରୀ ୨୫ ତାରିଖରୁ ଖେଳାଯିବାକୁ ଥିବା ବେଳେ ଦ୍ୱିତୀୟ ମ୍ୟାଚ ଫେବୃଆରୀ ୨ ତାରିଖରେ ବିଶାଖାପଟ୍ଟନମ୍ ରେ ଖେଳାଯିବ । ସେହିପରି ତୃତୀୟ ମ୍ୟାଚ ଫେବୃଆରୀ ୧୫ ତାରିଖରେ ରାଜକୋଟରେ କେଳାଯିବାର ସୂଚୀ ରହିଛି । ଚତୁର୍ଥ ମ୍ୟାଚ ୨୩ ଫେବୃଆରୀରେ ରାଞ୍ଚିରେ ଏବଂ ମାର୍ଚ୍ଚ ୭ତାରିଖରେ ସିରିଜର ଶେଷ ତଥା ପଞ୍ଚମ ଟେଷ୍ଟ ମ୍ୟାଚ ଧର୍ମଶାଳାରେ ଖେଳାଯିବାର ସୂଚୀ ରହିଛି ।

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ: ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ୍, ଯଶସ୍ୱୀ ଜଏସ୍ୱାଲ, ବିରାଟ କୋହଲି, ଶ୍ରେୟସ ଆୟର, କେ.ଏଲ ରାହୁଲ, କେ.ଏସ ଭରତ, ଧ୍ରୁଭ ଜୁଏଲ, ରବିଚନ୍ଦ୍ରନ ଅଶ୍ୱୀନ, ରବିନ୍ଦ୍ର ଜାଡେଜା, ଅକ୍ସର ପଟେଲ, କୁଳଦୀପ ଯାଦବ, ମହମ୍ମଦ ସିରାଜ, ମୁକେଶ କୁମାର, ଜଶପ୍ରୀତ ବୁମରାହ(ଉପ-ଅଧିନାୟକ), ଆଭେଶ ଖାନ୍

Get real time updates directly on you device, subscribe now.