fbpx
BSKY SKY
BSKY SKY

IND vs ENG; ବିରାଟ, ଗିଲ୍‌ ଓ ଶ୍ରେୟସ ଆଉଟ; ରୋହିତ ଶର୍ମାଙ୍କ ଉପରେ ଟିମ୍ ଇଣ୍ଡିଆର ଭରସା

BSKY

ଓଡିଶା ଭାସ୍କର; ବିଶ୍ୱକପକୁ ନେଇ ଆଜି ଇକାନା କ୍ରିକେଟ୍‌ ଷ୍ଟାଡିୟମରେ ଜାରି ରହିଛି ଭାରତ ଓ ଇଂଲଣ୍ଡ ମଧ୍ୟରେ ଲଢେଇ । ଏହି ଦୁଇ ଶକ୍ତିଶାଳୀ କ୍ରିକେଟ ଟିମ୍ ମଧ୍ୟରେ ଅତି ରୋମାଞ୍ଚକପୂର୍ଣ୍ଣ ମ୍ୟାଚ ଚାଲୁ ରହିଥିବା ବେଳେ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ଇଂଲଣ୍ଡ ଟିମ୍ । ଫଳରେ ନିମନ୍ତ୍ରଣ ପାଇ ବ୍ୟାଟିଂ ଆରମ୍ଭ କରିଛି ଟିମ୍ ଇଣ୍ଡିଆ । ମାତ୍ର ମ୍ୟାଚ ଆରମ୍ଭରୁ ହିଁ ଟିମ୍ ଇଣ୍ଡିଆକୁ ଲାଗିଛି ତିନି ତିନୋଟି ବଡ଼ ଝଟକା । ଶୁବମନ ଗିଲ୍‌, ବିରାଟ କୋହଲି ଏବଂ ଶ୍ରେୟସ ଆୟାରଙ୍କ ୱିକେଟ ହରାଇ ସାରିଛି ଭାରତ । ତେବେ ଏହି ମୁଖ୍ୟ ୩ଟି ୱିକେଟ ହରାଇବା ପରେ ଅଧିନାୟକ ରୋହିତ ଶର୍ମାଙ୍କ ଉପରେ ରହିଛି ଟିମ୍ ଇଣ୍ଡିଆର ଭରସା ।

ସୂଚନା ଥାଉକି, ଶୁବମନ ୯ ରନ୍ କରି ଆଉଟ୍ ଥିବା ବେଳେ ବିରାଟ କୋହଲି ଆଦୌ ନିଜର ଖାତା ଖୋଲିପାରି ନାହାନ୍ତି। ୩.୬ ଓଭରରେ କ୍ରିସ୍‌ ୱକ୍ସଙ୍କ ବଲ୍‌ରେ ବୋଲ୍ଡ ହୋଇଯାଇଥିଲେ ଗିଲ୍‌। ସେ ୧୩ଟି ବଲ୍‌ରୁ ଗୋଟିଏ ୪ ଚୌକା ସହାୟତାରେ ୯ ରନ୍ କରିଥିଲେ। ସେହିପରି ୬.୫ ଓଭରରେ ଡାଭିଡ ୱିଲୀଙ୍କ ବଲ୍‌ରେ ବେନ୍‌ ଷ୍ଟୋକ୍ସଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ ବିରାଟ କୋହଲି। ୯ଟି ବଲ୍ ଖେଳିଥିବା ବେଳେ କୌଣସି ବି ରନ୍ ସଂଗ୍ରହ କରି ପାରିନାହାନ୍ତି ଷ୍ଟାର ବ୍ୟାଟ୍ସମ୍ୟାନ କୋହଲି। ଅନ୍ୟପଟେ ଶ୍ରେୟସ ଆୟାର ୧୬ଟି ବଲ ଖେଳି ମାତ୍ର ୪ ରନ କରି ଆଉଟ ହୋଇଯାଇଛନ୍ତି । ଶ୍ରେୟସ ଆୟାର ମଧ୍ୟ କ୍ରିସ୍‌ ୱକ୍ସଙ୍କ ଏକ ସର୍ଟ ବଲକୁ ଖେଳିବାକୁ ଯାଇ କ୍ୟାଚ ଆଉଟ ହୋଇଛନ୍ତି । ତେବେ ଏଭଳି ପରିସ୍ଥିତିରେ ବର୍ତ୍ତମାନ ମୈଦାନରେ ଉପସ୍ଥିତ ରହିଛନ୍ତି ଅଧିନାୟକ ରୋହିତ ଶର୍ମା ଓ କେ.ଏଲ ରାହୁଲ । ରୋହିତ ଶର୍ମା ସର୍ବାଧିକ ୭୯ ରନ ସଂଗ୍ରହ କରି ଦଳୀୟ ସ୍କୋରକୁ ବୃଦ୍ଧି କରିଥିବା ବେଳେ ତାଙ୍କୁ ସାଥ ଦେଇଛନ୍ତି କେ.ଏଲ ରାହୁଲ । ଉଭୟଙ୍କ ଯୋଡି ବର୍ତମାନ ସୁଦ୍ଧା ସ୍ଥିର ରହିଥିବା ବେଳେ ୩୯ ରନ ସଂଗ୍ରହ କରିଛନ୍ତି ରାହୁଲ । ତେବେ ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଭାରତର ସମୁଦାୟ ଦଳୀୟ ସ୍କୋର ୧୩୧ରେ ପହଞ୍ଚିଛି ।

Get real time updates directly on you device, subscribe now.