ପାକିସ୍ତାନକୁ ପ୍ରାରମ୍ଭିକ ଝଟକା, ପାଭେଲିୟନ ଫେରିଲେ ଦୁଇ ଓପନର

ଚାମ୍ପିୟନ୍ସ ଟ୍ରଫି ୨୦୨୫ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମୁକାବିଲା ଚାଲିଛି। ଏହି ମ୍ୟାଚରେ ପାକିସ୍ତାନକୁ ଝଟକା ଲାଗିଛି।

ନୂଆଦିଲ୍ଲୀ: ଦୁବାଇରେ ଚାଲିଛି ଚାମ୍ପିୟନ୍ସ ଟ୍ରଫି ୨୦୨୫। ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ମୁକାବିଲା ଚାଲିଛି। ଏହି ମ୍ୟାଚରେ ପାକିସ୍ତାନୀ ଟିମର ଅଧିନାୟକ ମହମ୍ମଦ ରିଜୱାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ।

ତେବେ ମ୍ୟାଚ ଆରମ୍ଭରୁ ପାକିସ୍ତାନ ଦୁଇ ଓପନର ପାଭେଲିୟନ ଫେରିଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ବାବର ଆଜମଙ୍କୁ ଆଉଟ କରିଛନ୍ତି। ବାବର ମାତ୍ର ୨୩ ରନ କରିପାରିଛନ୍ତି। ଏଥିସହ ଅକ୍ଷର ପଟେଲଙ୍କ ବଲରେ ଇମାମ ଉଲ୍ ହକ୍ ଆଉଟ୍ ହୋଇଯାଇଛନ୍ତି। ସେ ମାତ୍ର ୨୬ଟି ବଲରେ ୧୦ ରନ କରିଛନ୍ତି।

୧୦ ଓଭର ପରେ ପାକିସ୍ତାନୀ ଟିମ ୨ ୱିକେଟର ହ୍ରାସରେ ୫୨ ରନ କରିଛି। କ୍ରିଜରେ ମହମ୍ମଦ ରିଜୱାନ ୪ ରନ ଏବଂ ସାଉସ ଶକୀଲ ୩ରନ କରି ଉପସ୍ଥିତ ଅଛନ୍ତି।