fbpx

ଶେଷ ଓଭର ପର୍ଯ୍ୟନ୍ତ ଚାଲିଥିବା ରୋମାଞ୍ଚକର ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ୩ ରନରେ ପରାସ୍ତ କଲା ଭାରତ

ନୂଆଦିଲ୍ଲୀ: ତ୍ରିନିଦାଦର କୁଇନ୍ସ ପାର୍କ ଓଭାଲ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଭାରତୀୟ ଦଳ ୱେଷ୍ଟଇଣ୍ଡିଜକୁ ୩ ରନରେ ପରାସ୍ତ କରିଛି। ଶେଷ ଓଭରରେ ଜିତିବା ପାଇଁ ୱେଷ୍ଟଇଣ୍ଡିଜ୍ ୧୫ ରନ୍ ଆବଶ୍ୟକ କରୁଥିଲା, କିନ୍ତୁ ୱିଣ୍ଡିଜ୍ ଦଳ କେବଳ ୧୧ ରନ୍ ସଂଗ୍ରହ କରିପାରିଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ୫୦ ଓଭରରେ ୭ ୱିକେଟ୍ ହରାଇ ୩୦୮ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ୱେଷ୍ଟଇଣ୍ଡିଜ୍ ଦଳ ୫୦ ଓଭରରେ ୬ ୱିକେଟ୍ ହରାଇ ୩୦୫ ରନ୍ ସ୍କୋର କରି ଅଳ୍ପକେ ବିଜୟରୁ ବଞ୍ଚିତ ହୋଇଥିଲା।

ୱେଷ୍ଟଇଣ୍ଡିଜ୍ ପାଇଁ କାଇଲ୍ ମେୟର ସର୍ବାଧିକ ୭୫ ରନ୍ ସଂଗ୍ରହ କରିଥିଲେ। ବ୍ରୁକସ୍ ୪୬ ରନ୍ ସଂଗ୍ରହ କରିଥିଲେ। ୬୬ ଟି ବଲରେ ବ୍ରେଣ୍ଡନ୍ କିଙ୍ଗ ୫୪ ରନ୍ ସଂଗ୍ରହ କରିଥିଲେ। ୨୫ ରନ୍ ସ୍କୋର କରିବା ପରେ କ୍ୟାପଟେନ ନିକୋଲାସ ପୁରାନ ପ୍ୟାଭିଲିୟନ ଫେରିଯାଇଥିଲେ। ସପ୍ତମ ୱିକେଟ୍ ପାଇଁ ଅର୍ଦ୍ଧ ଶତାବ୍ଦୀର ଭାଗିଦାରୀ କରି ଅକିଲ ହୋସିନ୍ ୩୩ ଏବଂ ଶେଫର୍ଡ ୱେଷ୍ଟଇଣ୍ଡିଜକୁ ଜିତାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇପାରିନଥିଲେ। ଭାରତ ପାଇଁ ସିରାଜ ୨, ଚହଲ ଏବଂ ଠାକୁର ୨ଟି ଲେଖାଏଁ ୱିକେଟ୍ ନେଇଥିଲେ।

ପ୍ରଥମେ ବ୍ୟାଟିଂ କରି ଶୁଭମାନ ଗିଲ ୬୪ ଏବଂ ଅଧିନାୟକ ଶିଖର ଧାୱନ ଭାରତକୁ ଏକ ଭଲ ଆରମ୍ଭ ଦେଇଥିଲେ। ତେବେ ଧାୱନ ମାତ୍ର ତିନି ରନ୍ ଦୂରରେ ରହିଯାଇଥିଲେ, ନିଜର ସାତକ ପୁରାଣ କରିପାରି ନଥିଲେରେ। ଶିଖର ଏବଂ ଶୁଭମାନ ଗିଲ ଭାରତକୁ ଓପନିଂ ଭାଗିଦାରୀରେ ୧୧୯ ରନ୍‌ର ଭଲ ଆରମ୍ଭ କରିଥିଲେ। ୬ ଟି ଚୌକ ଓ ଦୁଇଟି ଛକା ସହାୟତାରେ ୫୩ ଟି ବଲରେ ୬୪ ରନ୍ କରି ଗିଲ ଆଉଟ ହୋଇଯାଇଥିଲେ। ଏହା ପରେ ଶିଖର ଦ୍ୱିତୀୟ ୱିକେଟ୍ ପାଇଁ ଶ୍ରେୟସ୍ ଆୟରଙ୍କ ସହ ୯୪ ରନ୍ ଯୋଡିଥିଲେ। ୯୯ ଟି ବଲରୁ ଶିଖର ୯୭ ରନ ପ୍ୟାଭିଲିୟନ ଫେରିଯାଇଥିଲେ।

ଶିଖରଙ୍କ ପଛେ ପଛେ ଆୟରଙ୍କ ୱିକେଟ୍ ମଧ୍ୟ ଚାଲିଯାଇଥିଲା। ୫ଟି ଚୌକ ଏବଂ ଦୁଇଟି ଛକା ସହାୟତାରେ ଆୟର ୫୭ ବଲରେ ୫୩ ରନ୍ ସଂଗ୍ରହ କରିଥିଲେ। ତାଙ୍କ ପଛକୁ ସୂର୍ଯ୍ୟକୁମାର ୧୩ ଏବଂ ସଞ୍ଜୁ ସାମସନ ୧୨ ରଂ କରି ଆଉଟ ହୋଇଯାଇଥିଲେ, ଭାରତ ୨୫୨ ସ୍କୋରରେ ପଞ୍ଚମ ୱିକେଟ୍ ହରାଇଥିଲା। ଷଷ୍ଠ ୱିକେଟ୍ ପାଇଁ ଦୀପକ ହୁଡା ଏବଂ ଅକ୍ଷର ପଟେଲ ୪୨ ରନ୍ ସଂଗ୍ରହ କରି ଭାରତକୁ ୩୦୦ ପାର କରାଇଥିଲେ। ୪୯ ଓଭରରେ ଅଲଜାରୀ ଜୋସେଫ ଉଭୟ ବ୍ୟାଟ୍ସମ୍ୟାନଙ୍କୁ ନିଜର ଶିକାର କରିଥିଲେ। ଶେଷ ବଲରୁ ଏକ ଚୌକା ମାରି ଶାର୍ଦ୍ଦୁଲ ଠାକୁର ଭାରତକୁ ୩୦୮ରେ ପହଞ୍ଚିଥିଲେ। ୱେଷ୍ଟଇଣ୍ଡିଜ ପାଇଁ ଜୋସେଫ ଏବଂ ଗୁଦାକେଶ ମୋଟି ୱେଷ୍ଟଇଣ୍ଡିଜ ପାଇଁ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ।

Get real time updates directly on you device, subscribe now.