fbpx

ଟ୍ରକ୍ ଧକ୍କାରେ ଚାଲିଗଲା ୫ କାଉଡ଼ିଆଙ୍କ ଜୀବନ

ହାଥରସ: ଶ୍ରାବଣ ମାସରେ ଅନେକ ଶିବ ମନ୍ଦିରରେ କାଉଡିଆଙ୍କ ଭିଡ଼ ଦେଖିବାକୁ ମିଳୁଥିବା ବେଳେ ସାମ୍ନାକୁ ଆସିଛି ଏକ ଦୁଃଖଦ ଘଟଣା । ଉତ୍ତରପ୍ରଦେଶ ହାଥରସରେ ଟ୍ରକ ଧକ୍କାରେ ୫ କାଉଡ଼ିଆଙ୍କ ମୃତ୍ୟୁୂ ହୋଇଛି । ଦୁର୍ଘଟଣାରେ ଆଉ ୨ କାଉଡ଼ିଆ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ଗଙ୍ଗାଜଳ ନେଇ ହରିଦ୍ୱାରରୁ ଗ୍ୱାଲିଅର ଯାଉଥିବା ବେଳେ ଏହି ଦୁର୍ଘଟଣା ହୋଇଥିଲା । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ସ୍ଥାନୀୟ ପୋଲିସ । ଏହି ମାମଲାରେ ପୋଲିସ ଡ୍ରାଇଭରକୁ ଅଟକ ରଖି ପଚରାଉଚରା ଆରମ୍ଭ କରିଥିବା ଜଣାପଡିଛି ।

Get real time updates directly on you device, subscribe now.