fbpx
BSKY
BJD MS SKY
BJD YOUTH SKY

ଏଣିକି ଅମ୍ବାନୀ କରିବେ ଆପଣଙ୍କ ରକ୍ତ ପରୀକ୍ଷା! ଡାଇଗ୍ନୋଷ୍ଟିକ ପାଇଁ ଚାଲିଛି ଏହି ଅନୁସନ୍ଧାନ

ନୂଆଦିଲ୍ଲୀ: ଦେଶରେ ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ଖୁବ ଶିଘ୍ର ଡାଇଗ୍ନୋଷ୍ଟିକ ସେଗମେଣ୍ଟରେ ବଡ଼ ଧମାକା କରିବାକୁ ଯାଉଛନ୍ତି । ତାଙ୍କ ରିଲାଏନ୍ସ ଗ୍ରୁପର କମ୍ପାନୀ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଏଥିପାଇଁ ଯୋଜନା ପ୍ରସ୍ତୁତ କରିଛି । ଏହି ଯୋଜନା ଅନୁଯାୟୀ, ଆଗାମୀ ଦିନରେ ରିଲାଏନ୍ସ ରିଟେଲ ଭେଞ୍ଚର ଏକ ଡାୟଗ୍ନୋଷ୍ଟିକ କମ୍ପାନୀରେ ପାର୍ଟନରସିପ କିଣିବା ଲାଗି ଏକ ଚୁକ୍ତି କରିପାରେ ବୋଲି କୁହାଯାଉଛି ।

ବିଜନେସ ଲାଇନର ଏକ ରିପୋର୍ଟ ଅନୁଯାୟୀ, ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଡାଇଗ୍ନୋଷ୍ଟିକ ସେଗନେଣ୍ଟରେ ନିଜର ଉପସ୍ଥିତି ବଢାଇବା ପାଇଁ ୧୦୦୦ରୁ ୩୦୦୦ କୋଟି ଟଙ୍କାର ଯୋଜନା ପ୍ରସ୍ତୁତ କରୁଛି । ଏହି ମୂଲ୍ୟ କୌଣସି ଡାଇଗ୍ନୋଷ୍ଟିକ ସର୍ଭିସ ପ୍ରୋଭାଇଡର କମ୍ପାନୀରେ ଅଂଶଧନ କିଣିବା ଉପରେ ଖର୍ଚ୍ଚ କରାଯାଇପାରିବ । ରିଲାଏନ୍ସ ରିଟେଲ ଭେଞ୍ଚର୍ସର ଯୋଜନା ଟାର୍ଗେଟ କମ୍ପାନୀରେ ଅଧିକାଂଶ ଅଂଶଧନ କିଣିବାକୁ ଯୋଜନା କରିଛି ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ନିଜ ସବସିଡିଆରୀ ନେଟମେଡସ ଜରିଆରେ ପ୍ରଥମରୁ ହିଁ ଏହି ସେଗମେଣ୍ଟରେ ଉପସ୍ଥିତ ରହିଛି । ନେଟମେଡସର ଅନେକ ଡାଇଗ୍ନୋଷ୍ଟିକ ସର୍ଭିସ ପ୍ରୋଭାଇଡର୍ସ ପରି ଥାଇରୋକେୟାର, ହେଲଦୀଆନ୍ସ ଇତ୍ୟାଦି ସହିତ ଟାଇ-ଅପ ଅଛି । ଏହି ସହଭାଗୀତା ମାଧ୍ୟମରେ ନେଟମେଡସ ଗ୍ରାହକଙ୍କୁ ପାଥୋଲୋଜୀ ସେବା ଯୋଗାଇଥାଏ । ନେଟମେଡସ ଅନଲାଇନ ଏବଂ ଅଫଲାଇନରେ ବିଭିନ୍ନ ଔଷଧ ବିକ୍ରି ମଧ୍ୟ କରନ୍ତି ।

Get real time updates directly on you device, subscribe now.