fbpx

କାଶୀପୁରରେ ହଇଜା ନେଲା ଆଉ ଜଣଙ୍କ ଜୀବନ: କଲେରା ପରେ ଏଣ୍ଟ୍ରି ମାରିଛି ‘ଶିଗେଲା’ ଭାଇରସ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ଆତଙ୍କ ସୃଷ୍ଟି କରିଥିବା ହଇଜା ଏବେ ମୁଣ୍ଡବିନ୍ଧାର କାରଣ ପାଲଟିଛି । ହଇଜାରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଡୁଡୁକାବାହାଲ ପଞ୍ଚାୟତ ଡେଙ୍ଗାଗୁଡ଼ା ଗାଁର ବୋଲି ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ହଇଜାରେ ମୋଟ ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି ପାଇଛି । ଏବେ ମଧ୍ୟ ୩ଟି ହସ୍ପିଟାଲରେ ୪୮ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି । ଏହି କ୍ରମରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଶହ ଟପିଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଏହାସହ କାଶୀପୁରରେ ରୂପ ବଦଳାଉଛି କଲେରା ଜୀବାଣୁ । ସେଠାରେ ଚିହ୍ନଟ ହୋଇଛି ନୂଆ ଜୀବାଣୁ । କାଶୀପୁରରେ ‘ଶିଗେଲା’ ଜୀବାଣୁ ଚିହ୍ନଟ ହୋଇଛି । ୩୮ ନମୁନାରୁ ଗୋଟିଏରେ ‘ଶିଗେଲା’ ଜୀବାଣୁ ଚିହ୍ନଟ ହୋଇଛି । ୨୪ଟି ଇ-କୋଲାଇ, ୮ଟି ଭିବ୍ରିଓ ନମୁନା ଚିହ୍ନଟ ହୋଇଛି । ବାହ୍ୟ ମଳମୂତ୍ର ଯୋଗୁ ରୋଗ ବ୍ୟାପୁଥିବା ସ୍ପଷ୍ଟ ହୋଇଛି ।

ତେବେ କାଶୀପୁରରେ ଗୋଟିଏ ପରେ ଗୋଟିଏ ଗାଁକୁ ମାଡି ଚାଲିଥିବାବେଳେ କୋରାପୁଟର ଦଶମନ୍ତପୁରରୁ ଚିହ୍ନଟ ହୋଇଛନ୍ତି ହଇଜା ଆକ୍ରାନ୍ତ, ଯାହାକୁ ରୋକିବା ପ୍ରଶାସନ ପାଇଁ ଏବେ ବଡ ଚ୍ୟାଲେଞ୍ଜ ହୋଇଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ କାଶୀପୁର ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅଧିକାରୀ । କାଶୀପୁର ବ୍ଲକର ୨୦ରୁ ଉର୍ଦ୍ଧ୍ୱ ଗାଁରେ ହଇଜା ବ୍ୟାପିବାରେ ଲାଗିଛି । ସେପଟେ ଗୋଟିଏ ପରେ ଗୋଟିଏ ଗାଁକୁ ବ୍ୟାପୁଛି ହଇଜା । ସଚେତନତା ଅଭାବ ଯୋଗୁଁ ସ୍ଥିତି ନିୟନ୍ତ୍ରଣକୁ ଆସୁନି । ଏଥିରେ ଆକ୍ରାନ୍ତ ହୋଇ ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି ମଧ୍ୟ ଶତାଧିକ ଆକ୍ରାନ୍ତ ଅଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

Get real time updates directly on you device, subscribe now.