fbpx

ମୁମ୍ବାଇ ପୋଲିସ କମିଶନରଙ୍କ ଦ୍ୱାରସ୍ଥ ହେଲେ ସଲମାନ୍‌, ଜଣାପଡିନି ଭେଟିବାର ପ୍ରକୃତ କାରଣ…

ମୁମ୍ବଇ :ଅଭିନେତା ସଲମାନ ଖାନ ଶୁକ୍ରବାର ମୁମ୍ବଇର ନୂଆ ପୋଲିସ କମିଶନର ବିବେକ ଫନସଲକରଙ୍କୁ ସାକ୍ଷାତ କରିବା ପାଇଁ ତାଙ୍କ ଅଫିସରେ ପହଞ୍ଚଥିଲେ । କମିଶନର ଅଫିସରୁ ଫେରିବା ସମୟରେ ସାମ୍ବାଦିକମାନେ ଏହାର କାରଣ ଜାଣିବାକୁ ଚାହିଁଥିଲେ, କିନ୍ତୁ ସଲମାନ କୌଣସି ଉତ୍ତର ନ ଦେଇ କାରରେ ବସି ଚାଲିଗଲା ବେଳେ କହିଲେ, କମିଶନରଙ୍କ ସହିତ ଥିଲା ମୋର ସୌଜନ୍ୟ ମୂଳକ ସାକ୍ଷାତାକାର ଥିଲା ।

କିନ୍ତୁ ଅନୁମାନ କରାଯାଉଛି ଲରେନ୍ସ ବିଶ୍ନୋଇଙ୍କ ପକ୍ଷରୁ ସଲମାନଙ୍କର ବାପା ସଲିମ ଖାନଙ୍କୁ ଧମକ ପ୍ରସଙ୍ଗରେ ଆଲୋଚନା ହୋଇଥାଇପାରେ ।ଏହି ମାମଲାର ଯାଞ୍ଚ ପୂର୍ବତନ ପୋଲିସ କମିଶନର ସଞ୍ଜୟ ପାଣ୍ଡେ କରୁଥିଲେ ।

Get real time updates directly on you device, subscribe now.