fbpx

ପଞ୍ଚଦଶତମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଫଟୋଚିତ୍ର ଆଙ୍କି ଚର୍ଚ୍ଚାରେ ଯୁବ ଚିତ୍ରଶିଳ୍ପୀ ସୌମ୍ୟରଞ୍ଜନ, ରାଇସିନା ହିଲକୁ ପଠାଇବେ ଫଟୋ ଚିତ୍ର

କେନ୍ଦ୍ରାପଡ଼ା, (ଭାସ୍କର ନ୍ୟୁଜ୍‌): ଭାରତର ନବ ନିର୍ବାଚିତ ରାଷ୍ଟ୍ରପତି ତଥା ଓଡିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କ ଫଟୋଚିତ୍ର ଆଙ୍କି ଚର୍ଚ୍ଚାରେ ରହିଛନ୍ତି କେନ୍ଦ୍ରାପଡ଼ାର ଯୁବ ଚିତ୍ରଶିଳ୍ପୀ ସୌମ୍ୟରଞ୍ଜନ ପଟ୍ଟନାୟକ । ୩ ଫୁଟ୍‌ ଉଚ୍ଚତା ଓ ୨.୫ ଫୁଟ୍‌ ଚଉଡ଼ାର ଫଟୋଚିତ୍ରଟି ଆଙ୍କିବା ପାଇଁ ଶ୍ରୀ ପଟ୍ଟନାୟକଙ୍କୁ ୭ଦିନ ସମୟ ଲାଗିଛି । ନିଖୁଣ ଭାବେ ସେ ଏହି ଫଟୋଚିତ୍ରକୁ ଆଙ୍କିଛନ୍ତି । ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଶ୍ରୀ ପଟ୍ଟନାୟକ ଫଟୋଚିତ୍ରଟିକୁ ରାଷ୍ଟ୍ରପତି ଭବନ ରାଇସିନା ହିଲକୁ ପଠାଇବେ ବୋଲି ଗଣମାଧ୍ୟମକୁ କହିଛନ୍ତି ।

ଶ୍ରୀ ପଟ୍ଟନାୟକ ହେଉଛନ୍ତି କେନ୍ଦ୍ରାପଡ଼ାର କ୍ରୀଷ୍ଣା ସ୍କୁଲ ଅଫ ଆର୍ଟ ଆଣ୍ଡ କ୍ରାଫ୍ଟର ନିର୍ଦ୍ଦେଶକ । ଏଥିସହ ଶ୍ରୀ ପଟ୍ଟନାୟକ କାକଟମଙ୍ଗଳା ଉଚ୍ଚପ୍ରାଥମିକ ବିଦ୍ୟାଳୟରେ କଳା ଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି । ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଦ୍ରୌପଦୀ ମୁର୍ମୁ ଭାରତର ପଞ୍ଚଦଶତମ ରାଷ୍ଟ୍ରପତି ହେବାର ସୁଯୋଗ ପାଇଛନ୍ତି । ଏଥିସହ ସେ ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ଭାବେ ଦେଶର ସର୍ବୋଚ୍ଚ ପଦରେ ଅଧିଷ୍ଟିତ ହେବେ । ତେଣୁ ତାଙ୍କ ଫଟୋଚିତ୍ର ଆଙ୍କି ମୋତେ ବେଶ ଆନନ୍ଦ ମିଳିଛି । ପୂର୍ବରୁ ମୁଁ ଯେତେ ଫଟୋଚିତ୍ର ଆଙ୍କିଛି ସେଥି ମଧ୍ୟରୁ ରାଷ୍ଟ୍ରତି ଭାବେ ନିର୍ବାଚିତ ହୋଇଥିବା ଦ୍ରୌପଦୀ ମୁର୍ମୁଙ୍କ ଫଟୋଚିତ୍ର ଅଙ୍କନ କରି ମୋତେ ସବୁଠୁ ଅଧିକ ଆନନ୍ଦ ମିଳିଛି ବୋଲି କହିଛନ୍ତି ଯୁବ ଚିତ୍ରଶିଳ୍ପୀ ସୈାମ୍ୟରଞ୍ଜନ

Get real time updates directly on you device, subscribe now.