fbpx

ବାରବାଟୀରେ ହେବ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦: BCCIର ସହମତି ପରେ ସୂଚନା ଦେଲେ OCA ସମ୍ପାଦକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କ୍ରୀଡ଼ାପ୍ରେମୀଙ୍କ ପାଇଁ ଏକ ଖୁସି ଖବର । କଟକର ବାରବାଟୀ ଷ୍ଟାଡିମୟରେ ଅନୁଷ୍ଠିତ ହେବ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ । ଏନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ସହମତି ପ୍ରଦାନ କରାଯାଇଛି । ଆସନ୍ତା ଜୁନ୍ ମାସରେ ଦୁଇ ଦେଶ ମଧ୍ୟରେ ଟି-୨୦ ମ୍ୟାଚ୍ ଅନୁଷ୍ଠିତ ହେବ । ଏନେଇ ସୂଚନା ଦେଇଛନ୍ତି ଓଡ଼ିଶା କ୍ରିକେଟ ଏକାମେଡୀ ସମ୍ପାଦକ ସଞ୍ଜୟ ବେହେରା ।

ସୂଚନାଯୋଗ୍ୟ ଯେ, କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ହେବାକୁ ଥିବା ଟି-୨୦ ମୁକାବିଲାକୁ ଗତ ମାସ ୨୨ ତାରିଖରେ ପରିବର୍ତ୍ତନ କରାଯାଇଥିଲା । ଏହାଫଳରେ ବହୁ କ୍ରୀଡ଼ାପ୍ରେମୀଙ୍କ ବାରବାଟୀରେ କ୍ରିକେଟ ଉପଭୋଗ ଆଶା ମଉଳି ଯାଇଥିଲା । ଏବେ ବିସିସିଆଇ ଏଇ ନୂଆ ନିଷ୍ପତ୍ତି ଫଳରେ କ୍ରୀଡ଼ାପ୍ରେମୀଙ୍କ ମନ ପୁଣି ଥରେ ଖୁସିରେ ଝଲସି ଉଠିଛି ।

Get real time updates directly on you device, subscribe now.