fbpx

୬ ତାରିଖରୁ ଖୋଲିବ ହଷ୍ଟେଲ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୭ ତାରିଖରୁ ରାଜ୍ୟର ସବୁ ଉଚ୍ଚ ଶିକ୍ଷା ଅନୁଷ୍ଠାନରେ ପାଠପଢ଼ା ଆରମ୍ଭ ହେବାକୁ ଯାଉଛି । ତେବେ କ୍ଲାସରୁମ୍ ରେ ପାଠପଢ଼ା ଆରମ୍ଭ ହେଉଥିବାରୁ ୬ ତାରିଖରୁ ହଷ୍ଟେଲ୍ ଖୋଲିବା ନେଇ ସମସ୍ତ ଶିକ୍ଷାନୁଷ୍ଠାନକୁ ଉଚ୍ଚ ଶିକ୍ଷା ବିଭାଗର ଚିଠି କରାଯାଇଛି । କୋଭିଡ୍ କଟକଣା ପାଇର୍ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖାଯାଇଥିଲା । ହେଲେ କରୋନା ମାମଲା ହ୍ରାସ ପାଉଥିବାରୁ ପୁଣିଥରେ ଛାତ୍ରାବାସ ଆଦି ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ଅନଲାଇନ୍ ରେ ପାଠପଢ଼ା ଜାରି ରହିଥିଲା । ହେଲେ ୭ ତାରିଖରୁ ସମଗ୍ର ରାଜ୍ୟରେ କ୍ଲାସରୁମ୍ ପାଠପଢ଼ା ଆରମ୍ଭ ହେବ । ତେବେ ପିଲାମାନେ ସେମାନଙ୍କ ଅଭିଭାବକଙ୍କ ଅନୁମତି କ୍ରମେ ସ୍କୁଲ, କଲେଜ୍ କୁ ଆସିବେ ।

Get real time updates directly on you device, subscribe now.