fbpx
BJD SKY
BJD SKY

ଦିଲ୍ଲୀରେ କରୋନା କଟକଣା କୋହଳ, ଫେବୃଆରୀ ୭ରୁ ଖୋଲିବ ସ୍କୁଲ-କଲେଜ୍, ହଟିବ ନାହିଁ ନାଇଟ୍ କର୍ଫ୍ୟୁ

BJD

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କରୋନା ପ୍ରଭାବ କ୍ରମାଗତ ହ୍ରାସ ପାଇବାରେ ଲାଗିଛି। ସ୍ଥିତିକୁ ଦୃଷ୍ଟିରେ ରଖି ଡିଡିଏମଏ ବୈଠକରେ ବଡ ନିଷ୍ପତ୍ତି ନିଆଯାଇଛି। ବୈଠକରେ ଦିଲ୍ଲୀରେ ଜିମ୍, ସ୍କୁଲ, କଲେଜ୍ ଏବଂ କୋଚିଂ ସେଣ୍ଟର ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଫେବୃଆରୀ ୭ରୁ ନବମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର-ଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲାଯିବ। ଅପରପକ୍ଷେ ନର୍ସରୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଫେବୃଆରୀ ୧୪ରୁ ଖୋଲାଯିବ। ଏହି ସମୟରେ ଯେଉଁ ଶିକ୍ଷକଙ୍କ କରୋନା ଟିକାକରଣ ହୋଇ ନାହିଁ, ସେମାନଙ୍କୁ ସ୍କୁଲ ଆସିବାକୁ ଅନୁମତି ମିଳିବ ନାହିଁ।

ତେବେ ଦିଲ୍ଲୀରେ ନାଇଟ୍ କର୍ଫ୍ୟୁ ଏବେ ଜାରି ରହିବ। ତେବେ ଏହି ଅବଧିରେ ଏକ ଘଣ୍ଟା ହ୍ରାସ କରାଯାଇଛି। ଏବେ ରାତି ୧୦ ପରିବର୍ତ୍ତେ ୧୧ଟାରୁ ସକାଳ ୫ ଯାଏଁ ନାଇଟ୍ କର୍ଫ୍ୟୁ ଜାରି ରହିବ। ଏଥିସହ ଦିଲ୍ଲୀରେ ସରକାରୀ କାର‌୍ୟ୍ୟାଳୟ ୧୦୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ। ମାସ୍କ ପିନ୍ଧାକୁ ନେଇ ମଧ୍ୟ ବଡ ନିଷ୍ପତ୍ତି ନିଆଯାଇଛି। ଯଦି କାରରେ କେହି ଏକା ଯାଉଛନ୍ତି ତେବେ ତାଙ୍କୁ ମାସ୍କ ଲଗାଇବା ଆବଶ୍ୟକତା ନାହିଁ। କିନ୍ତୁ ଏକରୁ ଅଧିକ ବସିଥିଲେ ମାସ୍କ ଲଗାଇବା ଜରୁରୀ।

ସୂଚନାଯୋଗ୍ୟ, ଦିଲ୍ଲୀରେ ଜାନୁଆରୀ ୧୩ରେ କୋଭିଡ୍-୧୯ର ୨୮,୮୯୭ ନୁତନ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏହା ପରଠୁ ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ଗୁରୁବାର ୨୬୬୮ ପଜିଟିଭ୍ ଚିହ୍ନଟ ହୋଇଥିଲେ। ବର୍ତ୍ତମାନ ଦିଲ୍ଲୀରେ ସଂକ୍ରମଣ ହାର ୪.୩୦ ପ୍ରତିଶତ ରହିଛି। କିନ୍ତୁ ଜାନୁଆରୀ ୧୪ରେ ଏହା ୩୦.୬ ପ୍ରତିଶତରେ ପହଞ୍ଚିଥିଲା।

 

Get real time updates directly on you device, subscribe now.