fbpx
BJD SKY
BJD SKY

ଅସଦୁଦ୍ଦୀନ ଓଓ୍ଵେସିଙ୍କ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ମିଳିଲା ଜେଡ୍ ଶ୍ରେଣୀ ସୁରକ୍ଷା

BJD

ନୂଆଦିଲ୍ଲୀ: ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦୀନ ଓଓ୍ଵେସିଙ୍କ କାର ଉପରେ ଗୁରୁବାର କଥିତ ହମଲା ପରେ ଭାରତ ସରକାର ତାଙ୍କ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି। ବିଶ୍ଵସନୀୟ ସୂତ୍ର ଅନୁଯାୟୀ, ଓଓ୍ଵେସିକୁ ତତ୍କାଳ ପ୍ରଭାବରୁ ସିଆରପିଏଫର ଜେଡ୍ ଶ୍ରେଣୀ ସୁରକ୍ଷା ଯୋଗାଇ ଦେବାକୁ ନିର୍ଣ୍ଣୟ ନିଆଯାଇଛି।

ସୂଚନା ଅନୁସାରେ, ତେଲଙ୍ଗାନାର ହାଇଦ୍ରାବାଦରୁ ଲୋକସଭା ସାଂସଦ ଓଓ୍ଵେସିଙ୍କ କାର ଉପରେ ହାପୁଡା ଜିଲ୍ଲାରେ ଛିଜାରସି ଟୋଲ୍ ପ୍ଲାଜାରେ ଗୁଳିମାଡ ହୋଇଥିଲା। ପଶ୍ଚିମୀ ଉତ୍ତର ପ୍ରଦେଶରେ ନିର୍ବାଚନ ସଂପର୍କିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରିବା ସମୟରେ ତାଙ୍କ କାର ଉପରେ ଆକ୍ରମଣ ହୋଇଥିଲା। ଗୁଳିମାଡ ଘଟଣା ପରେ ଦୁଇ ଯୁବକଙ୍କ ଭିଡିଓ ଫୁଟେଜ୍ ସାମ୍ନାକୁ ଆସିଥିଲା।

ଏହି ଘଟଣା ପରେ ଓଓ୍ଵେସି କହିଥିଲେ, ତାଙ୍କ କାର ଉପରେ ଆକ୍ରମଣ ହୋଇଛି। ସନ୍ଧ୍ୟା ପ୍ରାୟ ୬ଟାରେ ଏହି ଘଟଣା ଘଟିଥିଲା। ତେବେ ଏହି ଆକ୍ରମଣରେ କେହି ଆହତ ହୋଇ ନାହାନ୍ତି। ପୋଲିସ ଏହି ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ହାପୁଡା ପୋଲିସର ଅନେକ ଟିମ୍ ମାମଲାର ତଦନ୍ତରେ ଜୁଟିଛନ୍ତି। ମେରଠ ଜୋନର ପୋଲିସ ମହାନିରୀକ୍ଷକଙ୍କ ତତ୍ତ୍ଵାବଧାନରେ ତଦନ୍ତ ଜାରି ରହିଛି। ଏବେ ଓଓ୍ଵେସିଙ୍କ ସୁରକ୍ଷା ବ୍ୟବସ୍ଥା ବଢାଯାଇ ଜେଡ୍ ଶ୍ରେଣୀ ସୁରକ୍ଷା ଯୋଗାଇ ଦିଆଯିବ।

 

Get real time updates directly on you device, subscribe now.