fbpx

ରିଲିଜ୍ ହେଲା ‘Gangubai Kathiawadi’ ଟ୍ରେଲର୍ , ଆଲିୟାଙ୍କ ଦବଙ୍ଗ୍ ଅନ୍ଦାଜ୍ ଦେଖି ନିଶ୍ଚୟ କହିବେ ବାଃ ବାଃ

ମୁମ୍ବାଇ: ସଞ୍ଜୟ ଲୀଳା ବନଂସାଲୀ ଫିଲ୍ମ “ଗଙ୍ଗୁବାଇ କାଠିଆୱାଡ୍” ର ଟ୍ରେଲର୍ ରିଲିଜ୍ ହୋଇଯାଇଛି । ସଞ୍ଜୟଙ୍କ ଏହି ଫିଲ୍ମରେ ମହିଳାଙ୍କ ଭୂମିକାକୁ ଖୁବ୍ ଶକ୍ତ ଅନ୍ଦାଜରେ ଦେଖାଯାଇଛି । ଟ୍ରେଲର୍ ରେ କ୍ୟୁଟ୍ ଆଲିୟାଙ୍କ ଦବଙ୍ଗ୍ ଅନ୍ଦାଜ୍ ଦେଖିବାକୁ ମିଳିଛି । ସେହିପରି ଅଜୟ ଦେବଗନ୍ ଜଣେ ମାଫିଆ ଡନ୍ ଭୁମିକାରେ ନଜର ଆସିଛନ୍ତି । ଆଲିୟାଙ୍କ ଦବଙ୍ଗ ଅନ୍ଦାଜ୍, ଡାଇଲଗ୍ ଡେଲିଭେରୀକୁ ୟୁଜର୍ସ ମାନେ ଖୁବ୍ ପ୍ରଶଂସା କରିଛନ୍ତି । ଫିଲ୍ମରେ ଅଭିନେତ୍ରୀଙ୍କ ଟ୍ରାନ୍ସଫରମେସନ୍ ଦେଖି ଆପଣ ମାନେ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ତେବେ ଆଲିୟା ଏଥିରେ ଗଙ୍ଗୁବାଇ ଭୁମିକାରେ ମନୋରଞ୍ଜନ କରିବେ । ତାଙ୍କୁ ଏକ ସେକ୍ସ ୱର୍କର୍ ରୂପରେ ଦେଖାଯାଇଛି । ଯିଏକି ପରେ ମୁମ୍ବାଇର ଏକ ଶକ୍ତିଶାଳୀ ମହିଳା ଭାବରେ ପରିଚୟ ତିଆରି କରିନେଇଛି ଓ ସମାଜ ପାଇଁ ଉନ୍ନତିମୂଳକ କାମ କରୁଛି । ମହିଳାଙ୍କ ପାଇଁ ସମାଜରେ ସ୍ୱାଧୀନତା ଆଣିବାକୁ ଯାଇ ଆଲିୟା କିପରି ଲଢ଼େଇ କରୁଛନ୍ତି ତାହା ଟ୍ରେଲର୍ ରେ ଦେଖିବାକୁ ମିଳିଛି । ଟ୍ରେଲରରେ ଆଲିୟାଙ୍କ ଦବଙ୍ଗଗିରିକୁ ଦେଖି ଆପଣ ବି ବାଃ ବାଃ ନକହି ରହିପାରିବେ ନାହିଁ । ଦେଖନ୍ତୁ ଟ୍ରେଲର୍-

Get real time updates directly on you device, subscribe now.