fbpx

ଭାରତ ସମେତ ବିଶ୍ୱର ଅନେକ ଦେଶରେ ଦେଖାଦେଲା ସୁପରମୁନ୍‌, ଦେଖନ୍ତୁ ଫଟୋ

Advertisement

ନୂଆଦିଲ୍ଲୀ: ମଙ୍ଗଳବାର ଭାରତ ସମେତ ବିଶ୍ୱର ଅନେକ ସ୍ଥାନରେ ସୁପରମୁନ୍ ଦେଖିବାକୁ ମିଳିଛି। ଏହା ଚଳିତ ମାସର ପ୍ରଥମ ସୁପରମୁନ୍। ଜ୍ୟୋତିର୍ବିଜ୍ଞାନୀଙ୍କ କହିବାନୁସାରେ ଚନ୍ଦ୍ର ୨୭.୩ ଦିନରେ ଥରେ ସର୍ବ ବୃହତ କକ୍ଷପଥରେ ପୃଥିବୀ ବୁଲିଥାଏ। ଏହି ସମୟ ମଧ୍ୟରେ ଚନ୍ଦ୍ର ପୃଥିବୀଠାରୁ କକ୍ଷପଥରେ କିଛି ଦୂରରେ ରହିଥାଏ, ଯାହାକୁ ବିନ୍ଦୁର ଓପୋଜୀ କୁହାଯାଏ। ଏବଂ ଅନ୍ୟ କିଛି ସମୟରେ ଏହା ପୃଥିବୀର ନିକଟତର ହେବ, ଯାହାକୁ ପେରିଜି କୁହାଯାଏ।

ଶେଷଥର ପଇଁ ଗୋଟିଏ ମାସରେ ଦୁଇଟି ସୁପରମୁନ୍ ୨୦୧୮ ରେ ଦେଖିବାକୁ ମିଳିଥିଲା। ଏବଂ ସହିଭଳି ଘଟଣା ଆଗକୁ ୨୦୩୭ରେ ଦେଖିବାକୁ ମିଳିବ। ଭାରତେର ସୁପରମୁନ୍‌ର ଦୃଶ୍ୟ ଦିଲ୍ଲୀ, ଲକ୍ଷ୍ନୌ, ବେଙ୍ଗାଲୂରୁ ଏବଂ ପଞ୍ଜାବରେ ଦେଖିବାକୁ ମିଳିଥିଲା। ପୃଥିବିରୁ ସୁପରମୁନ୍ ପୁର୍ଣ୍ଣିମା ତୁଳନାରେ ୭% ବଡ଼ ଏବଂ ୧୬% ଚମକପ୍ରଦ ଦେଖାଯାଇଥାଏ।

ପୃଥିବୀ ଏବଂ ଚନ୍ଦ୍ର ମଧ୍ୟରେ ହାରାହାରି ଦୂରତା ହେଉଛି ୩,୮୪,୦୦୦ କିଲୋମିଟର। ପୃଥିବୀର ଚତୁର୍ଦ୍ଦିଗରେ ଚନ୍ଦ୍ରର କକ୍ଷପଥ ଆଲେପଟିକାଲ୍ ଅଟେ, ଯେଉଁ କାରଣରୁ ଏହି ଦୂରତା ବଦଳିବାରେ ଲାଗେ ଏବଂ ଏହା ସର୍ବନିମ୍ନ ୩,୫୬,୦୦୦ କିଲୋମିଟରରୁ ସର୍ବାଧିକ ୪,୦୪,୦୦୦ କିଲୋମିଟର ପର୍ଯ୍ୟନ୍ତ ହୋଇପାରେ।

ଜ୍ୟୋତିର୍ବିଜ୍ଞାନୀମାନେ ସୂଚନା ଦେଇଛନ୍ତି ଯେ ମଙ୍ଗଳବାର ରାତିରେ ଚନ୍ଦ୍ର ପୃଥିବୀଠାରୁ ୩,୫୭,୫୩୦ କିଲୋମିଟର ଦୂରରେ ଥିଲା। ସେ କହିଛନ୍ତି ଯେ ଅଗଷ୍ଟ ୩୦ ରେ ଚନ୍ଦ୍ର ଆହୁରି ନିକଟତର ହେବ। ତେବେ ପୃଥିବୀଠାରୁ ଏହାର ଦୂରତା ମାତ୍ର ୩,୫୭,୩୪୪ କିଲୋମିଟର ହେବ। ଏହି ସମୟରେ ‘ବ୍ଲ୍ୟୁ ମୁନ୍’ ଦୃଶ୍ୟମାନ ହେବ। ସେହିଭଳି ସେପ୍ଟେମ୍ବରରେ ବର୍ଷର ଶେଷ ସୁପରମୁନ୍ ଦେଖିବାର ସୁଯୋଗ ପାଇବେ।

Get real time updates directly on you device, subscribe now.