fbpx

ଆଜି ଭାରତ-ଅଷ୍ଟ୍ରେଲିଆ ଫାଇନାଲ, ବିଜୟ ମୁକୁଟ ପିନ୍ଧିବା ନେଇ ଆଶାବାଦୀ ଭାରତୀୟ ଦଳ

Advertisement

ବିନୋନି: ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧରେ U-19 ବିଶ୍ୱକପ୍ ଫାଇନାଲ । ଏହି ମ୍ୟାଚ୍ ଦକ୍ଷିଣ ଆଫ୍ରିକାରେ ଖେଳାଯିବ । ଏହି ମ୍ୟାଚକୁ ନେଇ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଉଭୟ ଦଳ ପକ୍ଷରୁ ବିଜୟ ମୁକୁଟକୁ ହାତେଇବା ପାଇଁ ଜୋରଦାର ପ୍ରସ୍ତୁତି ଜାରି ରହିଛି । ଭାରତ ୬ଷ୍ଠ ଥର ପାଇଁ ଟ୍ରଫି ଜିତିବା ଲକ୍ଷରେ ରହିଛି । ପୂର୍ବରୁ ଭାରତ ୮ ଥର ଫାଇନାଲ ଖେଳି ୫ମ ଥର ବିଜେତା ଓ ୩ ଥର ଉପ ବିଜେତା ରହିସାରିଛି । ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ୬ଷ୍ଠ ଥର ପାଇଁ ପାଇନାଲ ଖେଳିବାକୁ ଯାଉଥିବା ବେଳେ ୪ର୍ଥ ଥର ଟ୍ରଫି ଜିତିବା ଲକ୍ଷରେ ରହିଛି ।

ଅଦ୍ୟାବଧି ଭାରତୀୟ ଦଳ ବ୍ୟାଟିଂ ଓ ବୋଲିଂରେ ଚମତ୍କାର ପ୍ରଦର୍ଶନ କରିଛି । ପ୍ରଥମ ସେମିଫାଇନାଲରେ ଭାରତ ୨ ୱିକେଟରେ ଦକ୍ଷିଣ ଆଫ୍ରିକାକୁ ଏବଂ ଦ୍ୱିତୀୟ ସେମିଫାଇନାଲରେ ଅଷ୍ଟ୍ରେଲିଆ ୧ ୱିକେଟରେ ପାକିସ୍ତାନକୁ ପରାସ୍ତ କରିଥିଲା ।

Get real time updates directly on you device, subscribe now.