fbpx

ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ଭାରତ ବିଶ୍ୱରେ ନମ୍ବର ୱାନ: ପଛରେ ପଡ଼ିଲେ ଆମେରିକା, ଚୀନ, ରୁଷିଆ ପରି ମହାଶକ୍ତି

ନୂଆଦିଲ୍ଲୀ: ପୁଣି ଥରେ ଭାରତ ବିଶ୍ୱରେ ନିଜର ଦବଦବା ଦେଖାଇଛି । ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ଭାରତ ବିଶ୍ୱରେ ଏକ ନମ୍ବର ହୋଇଛି । ଆମେରିକା, ରୁଷିଆ, ଚୀନ ପରି ବହୁ ମହାଶକ୍ତିଙ୍କୁ ପଛରେ ପକାଇ ଭାରତ ଏହି କୀର୍ତ୍ତିମାନ ହାସଲ କରିବାରେ ସକ୍ଷମ ହୋଇଛି । ଭାରତ ମୋଟ ୮୯.୫ ମିଲିୟନ ଟ୍ରାଞ୍ଜାକସନ କରି ଟପ୍ ସ୍ଥାନ ହାସଲ କରିଥିବା ଜଣାପଡ଼ିଛି ।

୨୦୨୨ ମସିହାର ଭାରତ ଅନ୍ୟ ୪ଟି ଦେଶକୁ ଅତିକ୍ରମ କରି ଏହି ରେକର୍ଡ ହାସଲ କରିଥିବା ଜଣାପଡ଼ିଛି । ବିସ୍ତସ୍ତରରେ ରିୟଲ ଟାଇମ୍ ପେମେଣ୍ଟ କ୍ଷେତ୍ରରେ ଭାରତର ଅବଦାନ ୪୬ ପ୍ରତିଶତ ରହିଛି । ଅନ୍ୟପକ୍ଷରେ ବ୍ରାଜିଲ ମୋଟ ୨୯.୨ ମିଲିୟନ ଟ୍ରାଞ୍ଜାକସନ କରିବା ସହିତ ଦ୍ୱିତୀୟ ସ୍ଥାନରେ ରହିଛି । ସେହିପରି ୧୭.୬ ମିଲିୟନ ଟ୍ରାଞ୍ଜାକସନ ସହ ଚୀନ ତୃତୀୟ ସ୍ଥାନରେ, ୧୬.୫ ମିଲିୟନ ଟ୍ରାଞ୍ଜାକସନ ସହ ଥାଇଲାଣ୍ଡ ଚତୁର୍ଥ ସ୍ଥାନରେ ରହିଛି । ମାଇ ଗଭ ଇଣ୍ଡିଆ ପକ୍ଷରୁ ଏହି ଏହି ରିପୋର୍ଟ ପ୍ରଦାନ କରାଯାଇଛି ।

ଡିଜିଟାଲ କ୍ଷେତ୍ରରେ ଭାରତ ଆଗକୁ ବଢ଼ିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ବଦା ପ୍ରାଥମିକତା ଦେଉଛନ୍ତି । ମାଇ ଗଭ ଇଣ୍ଡିଆ ପ୍ଲାଟଫର୍ମ ଭାରତ ସରକାରଙ୍କ ଏକ ପ୍ଲାଟଫର୍ମ ହୋଇଥିବା ବେଳେ ଏହା ଦେଶରବାସୀଙ୍କ ପାଇଁ ତୃଣମୂଳ ସ୍ତରରୁ କାର୍ଯ୍ୟ କରିଥାଏ । ଡିଜିଟାଲ ପେମେଣ୍ଟ ଦେଶର ଅର୍ଥନୀତି ଉପରେ ସକରାତ୍ମକ ପ୍ରଭାବ ପକାଉଥିବା ନେଇ ପ୍ରଧାନମନ୍ତ୍ରୀ ପୂର୍ବରୁ କହିଥିଲେ । ଏଥିସହିତ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଅର୍ଥନୀତିଜ୍ଞମାନେ ମଧ୍ୟ ଏନେଇ ସେମାନଙ୍କର ମତାମତ ରଖିଥିଲେ ।

Get real time updates directly on you device, subscribe now.