fbpx

୧୧୨ ବର୍ଷ ପରେ ଟିମ୍ ଇଣ୍ଡିଆର ଐତିହାସିକ ରେକର୍ଡ: ପ୍ରଥମ ଟେଷ୍ଟ ହାରିବା ପରେ ୪-୧ରେ ସିରିଜ ଜିତିବାରେ ପ୍ରଥମ ଦେଶ ହେଲା ଭାରତ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟରେ ଭାରତ ବଡ଼ ବ୍ୟବଧାନରେ ବିଜୟ ହାସଲ କରିଛି । ଇଂଲଣ୍ଡ ପ୍ରଥମ ଇନିଂସରେ ୨୧୮ ରନ୍ ସଂଗ୍ରହ କରିଥିବା ବେଳେ ଭାରତ ୪୭୭ ରନ ସଂଗ୍ରହ କରିଥିଲା । ତେବେ ପ୍ରଥମ ଇନିଂସରେ ୨୫୯ ରନରେ ପଛୁଆ ରହିଥିବା ଭ୍ରମଣକାରୀ ଦଳ ଦ୍ୱିତୀୟ ଇନିଂସରେ ମାତ୍ର ୧୯୫ ରନରେ ଅଲଆଉଟ୍ ହୋଇଯାଇଥିଲା । ଫଳରେ ଭାରତ ଏକ ଇନିଂସ ଓ ୬୪ ରନରେ ଏକ ବୃହତ୍ ବିଜୟ ହାସଲ କରିଥିଲା । ପ୍ରଥମ ଇନିଂସରେ ଅଧିନାୟକ ରୋହିତ ଶର୍ମା ଓ ଶୁବମନ ଗିଲ୍ ଶତକ ଅର୍ଜନ କରିଥିବା ବେଳେ ଆଜି ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନୀ ୫ ୱିକେଟ ନେଇ ଏକ ନୂଆ ରେକର୍ଡ କରିଥିଲେ । ପ୍ରଥମ ଭାରତୀୟ ବୋଲର ଭାବେ ଏକ ଟେଷ୍ଟ ଇନିଂସରେ ସର୍ବାଧିକ ୩୬ ଥର ୫ ୱିକେଟ ହାସଲ କରିଥିଲେ ଅଶ୍ୱିନ ।

ତେବେ ଇଂଲଣ୍ଡ ବିପକ୍ଷରେ ଭାରତ ୪-୧ରେ ସିରିଜ ଜିତି ୧୧୨ ବର୍ଷ ପରେ ପ୍ରଥମ ଥର ପାଇଁ ଏକ ଐତିହାସିକ ରେକର୍ଡ ହାସଲ କରିଛି । ଗତ ଜାନୁଆରୀ (୨୫-୨୯)ରେ ହାଇଦ୍ରାବାଦରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଭାରତ ୨୮ ରନରେ ପରାଜୟ ବରଣ କରିଥିଲା । ମାତ୍ର ଏହାପରେ କ୍ରମାଗତ ୪ଟି ମ୍ୟାଚ ଜିତି ଭାରତ କମବ୍ୟାକ କରି ରୋମାଞ୍ଚକର ଶୈଳୀରେ ୪-୧ରେ ସିରିଜ୍ ଜିତିପାରିଥିଲା । ଗୋଟିଏ ଟିମ୍ ପ୍ରଥମ ଟେଷ୍ଟରେ ହାରିବା ପରେ ପରବର୍ତ୍ତୀ ୪ଟି ମ୍ୟାଚ ଜିତିବା ଏପରି ଘଟଣା ବିଶ୍ୱ ଟେଷ୍ଟ କ୍ରିକେଟରେ ମାତ୍ର ତିନି ଥର ଘଟିଛି ।

୧୮୯୭-୯୮ ଓ ୧୮୦୧-୦୨ରେ ଅଷ୍ଟ୍ରେଲିଆ ଇଂଲଣ୍ଡ ବିପକ୍ଷରେ ଏପରି ରେକର୍ଡ କରିଥିବା ବେଳେ ୧୯୧୨ ମସିହାରେ ଇଂଲଣ୍ଡ ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷରେ ୪-୧ରେ ସିରିଜ ବିଜୟୀ ହୋଇଥିଲା । ଦୁଇ ଦଳ ପ୍ରଥମ ଟେଷ୍ଟରେ ପରାଜୟ ବରଣ କରି ପରେ ମଧ୍ୟ ସିରିଜ ବିଜୟୀ ହୋଇଥିଲେ । ତେବେ ବର୍ଷ ବର୍ଷ ଧରି ଏହି ରେକର୍ଡ ଅତୁଟ ରହିଥିବା ବେଳେ ଦୀର୍ଘ ବର୍ଷ ପରେ ଟିମ୍ ଇଣ୍ଡିଆ ୧୧୨ ବର୍ଷ ପରେ ପ୍ରଥମ ଦଳ ଭାବେ ଏପରି ଏକ ଐତିହାସିକ ରେକର୍ଡ ସ୍ଥାପନ କରିବାର ସୌଭାଗ୍ୟ ଲାଭ କରିଛି ।

Get real time updates directly on you device, subscribe now.