fbpx

ଶ୍ରମ ମନ୍ତ୍ରଣାଳୟରେ ନିଯୁକ୍ତି ପାଇବେ ୧୯୩୦ ଜଣ ନର୍ସିଂ ଅଫିସର: UPSC ପକ୍ଷରୁ ଆରମ୍ଭ ହେଲା ଅନଲାଇନ୍ ଆବେଦନ

ନୂଆଦିଲ୍ଲୀ: ସମସ୍ତ ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ନିକଟରେ ନର୍ସିଂ ଅଫିସର ପଦ ପୂରଣ ପାଇଁ ସଂଘୀୟ ଲୋକସେବା ଆୟୋଗ (ୟୁପିଏସସି) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । କେନ୍ଦ୍ର ସରକାରଙ୍କ ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟରେ ଏହି ପଦରେ ମୋଟ ୧୯୩୦ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ପୂର୍ବରୁ ଏନେଇ ଶର୍ଟ ନୋଟିଫିକେସନ ଜାରି କରାଯାଇଥିବା ବେଳେ ଏବେ ତା’ର ସମ୍ପୂର୍ଣ୍ଣ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଆଜିଠାରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଅରମ୍ଭ ହୋଇଥିବା ବେଳେ ତାହା ମାର୍ଚ୍ଚ ୨୭ ତାରିଖରେ ସମାପ୍ତ ହେବ । ମାର୍ଚ୍ଚ ୨୮ରୁ ଏପ୍ରିଲ ୩ ତାରିଖ ମଧ୍ୟରେ ପ୍ରାର୍ଥୀମାନେ ଅନଲାଇନ୍ ଆପ୍ଲିକେସନକୁ ସଂଶୋଧନ / ପ୍ରିଣ୍ଟ କରିପାରିବେ । ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି), ମହିଳା ପ୍ରାର୍ଥୀଙ୍କ ବ୍ୟତୀତ ଅନ୍ୟ ସମସ୍ତ ପ୍ରାର୍ଥୀଙ୍କୁ ୨୫ ଟଙ୍କା ଆବେଦନ ଫିସ୍ ଜମା କରିବାକୁ ପଡ଼ିବ ।

ଅଣସଂରକ୍ଷିତ / ଆର୍ଥିକ ପଛୁଆ ଶ୍ରେଣୀ (ଇଡବ୍ଲ୍ୟୁଏସ) ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସସୀମା ୩୦ ବର୍ଷ ରହିଥିବା ବେଳେ ଅନ୍ୟ ପଛୁଆ ବର୍ଗ (ଓବିସି)ଙ୍କ ପଇଁ ୩୩ ବର୍ଷ, ଅନୁସୂଚିତ ଜାତିି (ଏସସି) / ଅନୁସୂଚିତ ଜନଜାତି (ଏସଟି)ଙ୍କ ପାଇଁ ୩୫ ବର୍ଷ ଓ ପିଡବ୍ଲ୍ୟୁବିଡିଙ୍କ ପାଇଁ ୪୦ ବର୍ଷ ରହିଛି । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ । ଅଣସଂରକ୍ଷିତଙ୍କ ପାଇଁ ୮୯୨ଟି, ଇଡବ୍ଲ୍ୟୁଏସଙ୍କ ପାଇଁ ୧୯୩ଟି, ଓବିସିଙ୍କ ପାଇଁ ୪୪୬ଟି, ଏସସିଙ୍କ ପାଇଁ ୨୩୫ଟି, ଏସଟିଙ୍କ ପାଇଁ ୧୬୪ଟି, ପିଡବ୍ଳ୍ୟୁବିଡିଙ୍କ ପାଇଁ ୧୬୮ଟି ପଦ ଖାଲି ରହିଛି ।

ଅନଲାଇନ୍ ଆବେଦନ ଲିଙ୍କ: https://upsconline.nic.in/upsc/OTRP/index.php

ନୋଟିଫିକେସନ ଲିଙ୍କ: https://upsc.gov.in/sites/default/files/AdvtNo-52-2024-Spcl-NrsngOfcr-engl-070324_0.pdf

Get real time updates directly on you device, subscribe now.