fbpx

ଅଲମ୍ପିକ୍ସରେ ଭାରତକୁ ଆଜି ମିଳିପାରେ ୩ ସ୍ୱର୍ଣ୍ଣ, ଜାଣନ୍ତୁ ଆଜିର ପୂରା ଦିନର ଖେଳସୂଚୀ

ଓଡିଶା ଭାସ୍କର: ପ୍ୟାରିସ ଅଲମ୍ପିକ୍ସରେ ଗତକାଲି ଭାରତକୁ ତାହାର ପ୍ରଥମ ପଦକ ମିଳିସାରିଛି । ମହିଳା ସୁଟର ଏହି ପଦକ ଭାରତ ପାଇଁ ଜିତିଛନ୍ତି । ଯାହା କାଂସ୍ୟ ଭାବରେ ଆସିଛି । ଏହିକ୍ରମରେ ଭାରତକୁ ଆଜି ଗୋଟିଏ କିମ୍ବା ୨ ଟି ନୁହେଁ ବରଂ ୩ ଟି ସ୍ୱର୍ଣ୍ଣ ଜିତିବାର ସମ୍ଭାବନା ରହିଛି । ଏଥିରେ ଦୁଇଟି ପଦକ ବ୍ୟକ୍ତିଗତ ବର୍ଗରେ ଓ ଗୋଟିଏ ଟିମ୍ ଇଭେଣ୍ଟରୁ ଆସିପାରେ । ବ୍ୟକ୍ତିଗତ ୨ ଟି ମେଡାଲ ସୁଟିଂରୁ ଆସିବାର ସମ୍ଭାବନା ବେଶ୍ ଅଧିକ ।ସେପଟେ ତୀରନ୍ଦାଜରେ ଗୋଟିଏ ପଦକ ଆସିପାରେ ।

ସୁଟିଂରେ ରମିତା ଜିନ୍ଦଲ ଓ ଅର୍ଜୁନ ବବୁତା ମେଡାଲ ଟେଲିରେ ଅଭିବୃଦ୍ଧି କରି ପାରନ୍ତି । ୧୦ ମିଟର ଏୟାର ପିଷ୍ଟଲରେ ରମିତା ନିଜର କ୍ୱାଲିଫାଇଂ ରାଉଣ୍ଡରେ ପଞ୍ଚମ ସ୍ଥାନରେ ରହିଥିଲେ । ସେହିଭଳି ପୁରୁଷ ୧୦ ମିଟର ଏୟାର ପିଷ୍ଟଲ କ୍ୱାଲିଫାଇଂରେ ଅର୍ଜୁନ ବବୁତା ଅଷ୍ଟମ ସ୍ଥାନରେ ରହି ଫାଇନାଲ ଖେଳିବେ । ରମିତା ଦିନ ୧ ଟାରେ ତାଙ୍କର ଫାଇନାଲ ଖେଳିବେ । ସେହିଭଳି ଅପରାହ୍ନ ୩ଟା ୩୦ ରେ ଆକ୍ସନରେ ଆସିବେ ଅର୍ଜୁନ ।

ଏହାବାଦ ଧୀରଜ ବୋମ୍ମଦେବରା, ତରୁଣଦୀପ ରାୟ ଓ ପ୍ରବୀଣ ଜାଧବ ତୀରନ୍ଦାଜୀରେ ଚମକିବେ ବୋଲି ଆଶା ରଖିଛନ୍ତି ଭାରତବାସୀ । ତେବେ ଦେଖିବାକୁ ରହିଲା ସତରେ ଭାରତ ମୁଣିରେ କେତେ ମେଡାଲ ଆଜି ଆସୁଛି । ସୁଟିଂ ଓ ତୀରନ୍ଦାଜ ବ୍ୟତୀତ ଭାରତୀୟ ଆଥଲେଟ ଅନ୍ୟ ଖେଳରେ ମଧ୍ୟ ନିଜର ଜଲୱା ଦେଖାଇବେ ।

୨୯ ଜୁଲାଇରେ ଏହି ଇଭେଣ୍ଟରେ ଆକ୍ସନରେ ଆସିବେ ଭାରତୀୟ ଖେଳାଳି
ବ୍ୟାଡମିଣ୍ଟନ: – ପୁରୁଷ ଡବଲ୍ସ-ସାତ୍ୱିକ ସାଇରାଜ ରଙ୍କିରେଡି/ ଚିରାଗ ସେଟ୍ଟୀ ବନାମ ମାର୍କ ଲୈମ୍ସଫସ/ ମାର୍ବିନ ସିଡେଲ- ଦିନ ୧୨ଟା
ମହିଳା ଡବଲ୍ସ- ତନିଷା କୋଟା/ଅଶ୍ୱିନୀ ପୋନାପ୍ପା ବନାମ ନାମି ମାତ୍ୟୁୁୟାମା/ ଚିହାରା ଶିଦା – ଦିନ ୧୨ଟା
ପୁରୁଷ ଏକକ ଗ୍ରୁପ ଏଲ- ଲକ୍ଷ୍ୟ ସେନ ବନାମ ଜୁଲିୟନ କୈରେଗି- ସନ୍ଧ୍ୟା ୫ଟା ୩୦

ଟେବୁଲ ଟେନିସ: ମହିଳା ରାଉଣ୍ଡ ଅଫ ୩୨- ମନିକା ବାତ୍ରା ବନାମ ପୃଥିକା ପାୱାଡେ- ଦିନ ୧୨ଟା ୩୦

ହକି: ପୁରୁଷ ପୁଲ ବି- ଭାରତ ବନାମ ଆର୍ଜେଣ୍ଟିନା- ଅପରାହ୍ନ ୪ଟା ୧୫

ଆର୍ଚେରୀ: ପୁରୁଷ କ୍ୱାଟରଫାଇନାଲ-ସନ୍ଧ୍ୟା -୬ଟା ୩୧ (ଧୀରଜ ବୋମ୍ମଦେବରା,ତରୁଣଦୀପ ରାୟ ଓ ପ୍ରବୀଣ ଜାଧବ )
ପୁରୁଷ ସେମିଫାଇନାଲ- କ୍ୱାଲିଫାଇଂ ଆଧାରରେ (ଧୀରଜ ବୋମ୍ମଦେବରା,ତରୁଣଦୀପ ରାୟ ଓ ପ୍ରବୀଣ ଜାଧବ)- ସନ୍ଧ୍ୟା -୭ଟା ୧୭
ପୁରୁଷ କାଂସ୍ୟ ପଦକ ମ୍ୟାଚ- କ୍ୱାଲିଫାଇଂ ଆଧାରରେ (ଧୀରଜ ବୋମ୍ମଦେବରା,ତରୁଣଦୀପ ରାୟ ଓ ପ୍ରବୀଣ ଜାଧବ)-ରାତି ୮ଟା ୪୧

ସୁଟିଂ: ୧୦ ମିଟର ଏୟାର ପିଷ୍ଟଲ ମିକ୍‌ଡ ଟିମ୍‌- ସରବଜୋତ ସିଂ/ମନୁ ଭାକର ବନାମ ଅର୍ଜୁନ ଚିମା/ ରିଦମ ସାଙ୍ଗୱାନ- ଦିନ ୧୨ଟା ୪୫
ପୁରୁଷ ଟ୍ରେପ କ୍ୱାଲିଫିକେଶନ- ପୃଥ୍ୱୀରାଜ ଟୋଣ୍ଡିମନ- ଦିନ ୧ଟା
ମହିଳା ୧୦ ମିଟର ଏୟାର ରାଇଫଲ ଫାଇନାଲ- ରମିତା ଜିନ୍ଦଲ- ଦିନ ୧ଟା
ପୁରୁଷ ୧୦ ମିଟର ଏୟାର ରାଇଫଲ- ଅର୍ଜୁନ ବବୁତା- ଅପରାହ୍ନ ୩ଟା ୩୦

 

Get real time updates directly on you device, subscribe now.