fbpx

‘ଭାରତ ଅଟକାଇପାରେ ରୁଷ-ୟୁକ୍ରେନ୍ ଯୁଦ୍ଧ…’, ଇଟାଲୀ ପ୍ରଧାନମନ୍ତ୍ରୀ ମେଲୋନୀଙ୍କ ବଡ଼ ବୟାନ୍‌

ନୂଆଦିଲ୍ଲୀ: ଦିର୍ଘ ଦିନ ଧରି ଜାରି ରହିଥିବା ରୁଷ- ୟୁକ୍ରେନ୍ ଯୁଦ୍ଧ ଥମିବାର ନାଁ ଧରୁନି । ଦୁଇ ଦେଶ ମଧ୍ୟରେ ଏହି ଯୁଦ୍ଧକୁ ଅଟକାଇବା ପାଇଁ ଅନେକ ବଡ଼ ବଡ଼ ଦେଶର ପ୍ରାୟାସ ବିଫଳ ହୋଇଛି । ଏଥିମଧ୍ୟରେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି । ଶନିବାର ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଭେଟିବା ପରେ ମେଲୋନୀ କହିଛନ୍ତି କି ଦୁଇ ଦେଶ ମଧ୍ୟରେ ଯୁଦ୍ଧର ସମାଧାନ ଦିଗରେ ଭାରତ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରେ । କାରଣ ଭାରତ ଏଭଳି ଏକ ଦେଶ ଯାହାର ରୁଷ ଏବଂ ୟୁକ୍ରେନ୍ ସହ ଉତ୍ତମ ସମ୍ପର୍କ ରହିଛି ।

ୟୁରୋପୀୟ ହାଉସ୍ ଏମ୍ବ୍ରୋସେଟ୍ଟି(TEHA)ର ବାର୍ଷିକ ସମ୍ମିଳନୀରେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଭେଟିଥିଲେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ । ଏହି ଅବସରରେ ସେ ସମ୍ବୋଧିତ କରି କହିଥିଲେ, ‘ଏହା ସ୍ପଷ୍ଟ ଯେ ଆନ୍ତର୍ଜାତୀୟ ନିୟମର ଉଲ୍ଲଂଘନ ହେଲେ ସଂଘର୍ଷ ଏବଂ ସଂକଟ ବୃଦ୍ଧି ପାଇବ । ଏହା ସହ ବୈଷୟିକ ଅର୍ଥ ବ୍ୟବସ୍ଥା ପ୍ରାକୃତିକ ଭାବରେ ପ୍ରଭାବିତ ହେବ । ଆନ୍ତର୍ଜାତୀୟ ନିୟମ, ନିୟମର ଉଲ୍ଲଂଘନ ଏବଂ ଇକୋନୋମୀ ଗ୍ଲୋବାଲାଇଜେସନ୍ ଏକ ସଙ୍ଗେ ଚାଲିପାରିବ ନାହିଁ । ଚୀନ ଏବଂ ଭାରତ ଏହି ସଂଘର୍ଷର ମଧ୍ୟସ୍ଥତା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇପାରିବେ ବୋଲି ମୋର ବିଶ୍ୱାସ । ୟୁକ୍ରେନକୁ ଏକଘରିକିଆ କରି ବିବାଦର ସମାଧାନ ସମ୍ଭବ ନୁହେଁ ।’ ସେ ଆହୁରି ମଧ୍ୟ କହିଛନ୍ତି କି ଜୁଲାଇରେ ମସ୍କୋ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ରୁଷ ରାଷ୍ଟ୍ରପତିଙ୍କ ସହ ୟୁକ୍ରେନ୍ ଯୁଦ୍ଧ ସମାପ୍ତ କରିବା ପାଇଁ ସମାଧାନକୁ ନେଇ ବ୍ୟାପକ ଆଲୋଚନା କରିଥିଲେ । ଏହା ପରେ ଅଗଷ୍ଟରେ ପ୍ରଧାନମନ୍ତ୍ରୀ ଜେଲେନସ୍କିଙ୍କ ସହ ସଂଳାପ ଏବଂ କୂଟନୀତି ମାଧ୍ୟମରେ ରୁଷ-ୟୁକ୍ରେନ୍ ମଧ୍ୟରେ ଚାଲିଥିବା ସଂଘର୍ଷର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଭାରତର ନୀତିଗତ ଆଭିମୁଖ୍ୟ ଏବଂ ପ୍ରତିବଦ୍ଧତାକୁ ସୁନିଶ୍ଚିତ କରିଥିଲେ ।

Get real time updates directly on you device, subscribe now.