fbpx
BJD SKY
BJD SKY

India Canada Relation: କାନାଡାକୁ ଭିଏନା ସମ୍ମିଳନୀ ଚୁକ୍ତି ମନେ ପକାଇଦେଲା ଭାରତ

BJD

ନୂଆଦିଲ୍ଲୀ: ଭାରତ ଏବଂ କାନାଡା ମଧ୍ୟରେ ତିକ୍ତତା ଏବେ ମଧ୍ୟ ଜାରି ରହିଛି। ଇତି ମଧ୍ୟରେ କାନାଡାକୁ ଭିଏନା ଚୁକ୍ତି କଥା ମନେ ପକାଇ ଦେଇଛି ଭାରତ। ଭିଏନା ଚୁକ୍ତି ଅନୁଯାୟୀ କାନାଡ଼ାକୁ କୂଟନୈତିକ ସମ୍ପର୍କ ବଜାୟ ରଖିବାକୁ ଭାରତ କହିଛି। ବାସ୍ତବରେ, ଭାରତୀୟ କନସୁଲେଟ୍ ଭାନକୋଭରରେ ଏକ ଶିବିର ସ୍ଥାପନ କରିଥିଲା ଯେଉଁଥିରେ ଖାଲିସ୍ତାନ ସମର୍ଥକମାନେ ବାଧା ଉପୁଜାଇଥିଲେ । ଏହି ଘଟଣା ପରେ ଭାରତ କାନାଡାକୁ ଭିଏନା ସମ୍ମିଳନୀ କଥା ମନେ ପକାଇ ଦେଇଥିଲା । ଯାହାଦ୍ୱାରା ଏହାର ଅଧିକାରୀମାନେ ବିନା କୌଣସି ବାଧାରେ ସଠିକ ଭାବରେ କାର୍ଯ୍ୟ କରିପାରିବେ ।

ନିଜ୍ଜର ହତ୍ୟା ଘଟଣାରେ ରାଷ୍ଟ୍ରପତି ଜଷ୍ଟିନ ଟ୍ରୁଡୋ ଭାରତ ବିରୁଦ୍ଧରେ ଅପମାନଜନକ ଅଭିଯୋଗ କରିବାପରେ ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କ ଖରାପ ହୋଇଯାଇଥିଲା। ଟ୍ରୁଡୋଙ୍କ ଅଭିଯୋଗକୁ ଭାରତ ସ୍ପଷ୍ଟ ଭାବେ ଅସ୍ୱୀକାର କରି କାନାଡାକୁ ପ୍ରମାଣ ମାଗିଛି। କିନ୍ତୁ କାନାଡା ଏପର୍ୟ୍ୟନ୍ତ ଭାରତକୁ କୌଣସି ପ୍ରମାଣ ଦେଖାଇ ନାହିଁ।

ସୂଚନାଯୋଗ୍ୟ, ଖାଲିସ୍ତାନି ଆତଙ୍କବାଦୀ ନିଜ୍ଜରକୁ ଜୁନ୍ ୧୮ରେ ବ୍ରିଟିଶ କଲମ୍ବିଆରେ ହତ୍ୟା କରାଯାଇଥିଲା। ତେବେ ଏହାକୁ ନେଇ କାନାନା ଭାରତ ବିରୋଧରେ ଅଭିଯୋଗ କରିବା ପରେ ଭାରତ ଏବଂ କାନାଡା ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା । ତେବେ ଟ୍ରୁଡୋଙ୍କ ଅଭିଯୋଗର କିଛି ଦିନ ପରେ ଭାରତ କାନାଡା ନାଗରିକଙ୍କୁ ଭିସା ପ୍ରଦାନକୁ ସାମୟିକ ଭାବେ ସ୍ଥଗିତ ରଖିଥିଲା। ଏହା ବ୍ୟତୀତ କାନାଡାର କୂଟନୀତିଜ୍ଞମାନଙ୍କୁ ଭାରତ ଛାଡିବାକୁ ମଧ୍ୟ କୁହାଯାଇଥିଲା।

ତେବେ ଆସନ୍ତୁ ଜାଣିବା ଏହି ଭିଏନା ସମ୍ମିଳନୀ କ’ଣ?

ମିଳିତ ଜାତିସଂଘର ଚୁକ୍ତିନାମା ମଧ୍ୟରୁ ଭିଏନା ସମ୍ମିଳନୀ ଅନ୍ୟତମ। ୧୯୬୧ ମସିହାରେ ଭିଏନା ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ଏହାର ଉଦ୍ଦେଶ୍ୟ ହେଉଛି ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କକୁ ମଜବୁତ କରିବା। ଅଷ୍ଟ୍ରିଆର ଭିଏନାରେ ଏହି ଚୁକ୍ତି କରାଯାଇଥିଲା । ତେବେ ଦୁଇ ବର୍ଷ ପରେ ଏହା କାର୍ୟ୍ୟକାରୀ କରାଯାଇଥିଲା। ୧୯୨ ଦେଶ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ । ଆନ୍ତର୍ଜାତୀୟ ଆଇନ ଆୟୋଗ ଭିଏନା ସମ୍ମିଳନୀର ଏକ ଡ୍ରାଫ୍ଟ ପ୍ରସ୍ତୁତ କରିଥିଲା।

Get real time updates directly on you device, subscribe now.