fbpx

(Video) ଭାରତ-ଅଷ୍ଟ୍ରେଲିଆ ଫାଇନାଲ ଫାଇଟ୍… ମ୍ୟାଚ ଡ୍ର ହେଲେ କାହାକୁ ମିଳିବ ଫାଇଦା? ଜାଣନ୍ତୁ ସମୀକରଣ

ନୂଆଦିଲ୍ଲୀ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ବିଶ୍ୱକପ-୨୦୨୩ ଫାଇନାଲ ମ୍ୟାଚ । ବର୍ତ୍ତମାନ ସୁଦ୍ଧା ଦମଦାର ପ୍ରଦର୍ଶନ କରି ଫାଇନାଲରେ ପହଞ୍ଚିଛି ଟିମ ଇଣ୍ଡିଆ । କିନ୍ତୁ ଫାଇନାଲ ମ୍ୟାଚରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ଭେଟିବାକୁ ଯାଉଛି ରୋହିତ ସେନା । ତେଣୁ ଏହି ମ୍ୟାଚ ଜିତିବା ଭାରତ ପକ୍ଷେ ସେତେଟା ସହଜ ହେବନି । ଯେକୌଣସି ମ୍ୟାଚରେ ପ୍ରତିପକ୍ଷକୁ କଡ଼ ଟକ୍କର ଦେବାରେ ସମର୍ଥ ରହିଛି ଅଷ୍ଟ୍ରେଲିଆ ଟିମ୍ । ତେବେ ଯଦି ଏହି ମ୍ୟାଚ କୌଣସି କାରଣ ଡ୍ର ହୁଏ ବା ଟାଇ ହୁଏ, ତେବେ କାହାକୁ ମିଳିବ ଫାଇଦା? ଏହି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ।

ଦକ୍ଷିଣ ଆପ୍ରିକା ଉପରେ ଅଷ୍ଟ୍ରେଲିଆର ବିଜୟ ସହ ଫାଇନାଲରେ ଏଣ୍ୟ୍ରି କରିଛି କମିନ୍ସ ସେନା । ତେବେ ରବିବାର ଅହମଦାବାଦ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଦେଖିବାକୁ ମିଳିବ ଗ୍ରାଣ୍ଡ ଫାଇନାଲ  । ୨୦୧୧ ବିଶ୍ୱ ବିଜେତା ଭାରତକୁ ଭେଟିବ ୨୦୧୫ର ବିଶ୍ୱବିଜେତା ଅଷ୍ଟ୍ରେଲିଆ । ଚଳିତ ବିଶ୍ୱକପରେ ଭାରତ ଟପ୍ ଫର୍ମରେ ରହିଛି  । ଅଷ୍ଟ୍ରେଲିଆ ମଧ୍ୟ ଏବେ ନିଜ ଫଡ଼ର୍ମକୁ ଫେରି ପାଇଛି । ତେଣୁ ଏହି ମ୍ୟାଚ ଖୁବ ସଂଘର୍ଷ ହେବ ବୋଲି ଅନୁମାନ କରାଯାଉଛି । ତେବେ ଏହାର ଫଳାଫଳ ଉପରେ ସମସ୍ତଙ୍କ ନଜର । କିନ୍ତୁ ଯଦି ଏହି ଫାଇନାଲ ମଧ୍ୟ ୨୦୧୯ ଭଳି ଟାଇ ହୁଏ, ତେବେ ଏହାର ନିଷ୍ପତ୍ତି ମଧ୍ୟ ସେହି ଫର୍ମାଟରେ ନିଆଯିବ । ୨୦୧୯ ବିଶ୍ୱକପର ଇଂଲଣ୍ଡ-ନ୍ୟୁଜିଲାଣ୍ଡ ଫାଇନାଲ୍ ବିବାଦରେ ପରିପୂର୍ଣ୍ଣ ଥିଲା  । ଇଂଲଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ସେହି ଟାଇଟଲ୍ ମ୍ୟାଚ୍ ଏକ ଟାଇରେ ଶେଷ ହୋଇଥିଲା  । ମ୍ୟାଚର ଫଳାଫଳ ସ୍ଥିର କରିବାକୁ ସୁପର ଓଭର ଖେଳା ଯାଇଥିଲା, କିନ୍ତୁ ଏଠାରେ ମଧ୍ୟ ଏକ ଟାଇ ହୋଇଥିଲା  । ତେଣୁ ଶେଷରେ ବାଉଣ୍ଡ୍ରି ଗଣନା ଆଧାରରେ ଇଂଲଣ୍ଡ ଚାମ୍ପିୟନ ହୋଇଥିଲା  ।

ଯାହା ପରେ ଆଇସିସିକୁ ବହୁତ ସମାଲୋଚନା କରାଯାଇଥିଲା । ତେବେ ଆଇସିସି ଏହି ବିଶ୍ୱକପ ପାଇଁ ନିୟମ ପରିବର୍ତ୍ତନ କରିଛି । ଆସନ୍ତୁ ଜାଣିବା ଏଥର ଯଦି ବିଶ୍ୱକପ ଫାଇନାଲରେ ଟାଇ ହେବ, ତେବେ ମ୍ୟାଚର ଫଳାଫଳ କିପରି ସ୍ଥିର ହେବ । ଆଇସିସିର ପରିବର୍ତ୍ତିତ ନିୟମ ଅନୁଯାୟୀ, “ଯଦି କୌଣସି ମ୍ୟାଚ୍ ଟାଇ ହୁଏ, ତେବେ ଏକ ସୁପର ଓଭର ଖେଳାଯିବ । ଯଦି ସୁପର ଓଭର ମଧ୍ୟ ଟାଇ ହୁଏ , ତା’ପରେ ବି ସୁପର ଓଭର ଖେଳାଯିବ  । କୌଣସି ଗୋଟିଏ ଦଳ ନ ଜିତିବା ପର୍ଯ୍ୟନ୍ତ ସୁପର ଓଭର ଜାରି ରହିବ । ” ଏହାର ଅର୍ଥ ହେଉଛି ଯଦି ଫାଇନାଲ୍ ମ୍ୟାଚ୍ ଟାଇ ହୁଏ ଏବଂ ଏହା ପରେ ସୁପର ଓଭର ମଧ୍ୟ ଟାଇ ହେବ, ତେବେ ଗତଥର ପରି ବାଉଣ୍ଡ୍ରି ଗଣନା ଦ୍ୱାରା ବିଶ୍ୱ ଚାମ୍ପିଅନ୍ ଘୋଷିତ ହେବ ନାହିଁ  ।

ବିଜେତା ଦଳ ସ୍ଥିର ନହେବା ପର୍ଯ୍ୟନ୍ତ ସୁପର ଓଭର ଖେଳାଯିବ  । ଯଦି ନଭେମ୍ବର ୧୯ ରେ ବର୍ଷା ହେବ, ତେବେ ଏଥିପାଇଁ ଏକ ରିଜର୍ଭ ଦିନ ରଖାଯାଇଛି  । ଯଦି ରିଜର୍ଭ ଦିନରେ ମଧ୍ୟ ମ୍ୟାଚ୍ ଖେଳାଯିବ ନାହିଁ, ତେବେ ଫାଇନାଲ୍ ଖେଳୁଥିବା ଉଭୟ ଦଳ ମିଳିତ ବିଜେତା ଘୋଷିତ ହେବେ  । ତେବେ ‘ଦି ଫାଇନାଲ ରାଇଭଲରି’ରେ ଦୁଇ ଶକ୍ତିଶାଳୀ ଟିମ୍ ସୁପର୍ ସଣ୍ଡେରେ ମୁହାଁମୁହିଁ ହେବେ  । ବିଶ୍ୱର ସବୁଠାରୁ ବଡ ଷ୍ଟାଡିୟମରେ ଟାଇଟଲ୍ ଲଢେଇ ହେବ । ଏହି ଦମଦାର ମ୍ୟାଚ୍ ଦେଖିବା ପାଇଁ ଉତ୍ସାହର ସହ ଚାହିଁ ରହିଛନ୍ତି  ।

Get real time updates directly on you device, subscribe now.