fbpx

ଦେଶରେ ଦିନକରେ ୧୦୭୨ ମୃତ, ୧.୪୯ ଲକ୍ଷ କୋଭିଡ୍ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା କମୁଥିବାବେଳେ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୪୯ ହଜାର ୩୯୪ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଦୈନିକ ପଜିଟିଭିଟି ହାର ୯.୨୭ ପ୍ରତିଶତ ରହିଛି । ଏହାକୁ ମିଶାଇ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୪,୩୫,୫୬୯ ହୋଇଯାଇଛି । ସେହିପରି ଦିନକରେ ୧୦୭୨ ଜଣ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୫୫ ହଜାରକୁ ବୃଦ୍ଧି ପାଇଛି । ଏଥିସହିତ ଦେଶରେ ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୨,୪୬,୬୭୪ ଜଣ ଆକ୍ରାନ୍ତ । ଏହାକୁ ମୋଟ ସୁସ୍ଥ ହୋଇଛନ୍ତି ୪,୦୦,୧୭,୦୮୮ ଜଣ ସଂକ୍ରମିତ । ଅନ୍ୟପଟେ ସଂକ୍ରମଣ ବଢ଼ୁଥିବାରୁ ଟିକାକରଣ ଜୋରଦାର୍ ହେଉଛି । ମୋଟ ଟିକାକରଣ ସଂଖ୍ୟା ୧୬୮.୪୭ କୋଟିକୁ ବୃଦ୍ଧି ପାଇଛି ।

 

Get real time updates directly on you device, subscribe now.