fbpx

ଭାରତୀୟ କ୍ରିକେଟ୍‌ ଦଳ ପାଇଁ ବ୍ୟସ୍ତ ବହୁଳ କାର୍ଯ୍ୟସୂଚୀ ଜାରି, ଆଜିଠୁ ଶ୍ରୀଲଙ୍କା ବିପକ୍ଷରେ ମଇଦାନକୁ ଓହ୍ଳାଇବ ଟିମ୍ ଇଣ୍ଡିଆ

AAKASH

ନୂଆଦିଲ୍ଲୀ: ଚଳିତ ବର୍ଷ ଅକ୍ଟୋବର- ନଭେମ୍ବର ମାସରେ ଅଷ୍ଟ୍ରେଲିଆ ଆୟୋଜନ କରିବ ପରବର୍ତ୍ତୀ ଟି- ୨୦ କ୍ରିକେଟ ବିଶ୍ୱକପ । ତେଣୁ ଭାରତୀୟ ଦଳ ଏହାକୁ ଦୃଷ୍ଟିରେ ରଖି ଏକ ସନ୍ତୁଳିତ ଦଳ ଗଠନ ପ୍ରକ୍ରିୟା ଆରମ୍ଭ କରିଛି । ତେବେ ଏହି ବିଶ୍ୱକପ ପୂର୍ବରୁ ଭାରତୀୟ ଦଳ ପାଇଁ ରହିଛି ବ୍ୟସ୍ତ ବହୂଳ କାର୍ଯ୍ୟସୂଚୀ । ୨୪ରୁ ଆସନ୍ତା ମାର୍ଚ୍ଚ ମାସ ୧୬ ତାରିଖ ପର୍ଯ୍ୟନ୍ତ ଭ୍ରମଣକାରୀ ଶ୍ରୀଲଙ୍କା ବିପକ୍ଷରେ ଭାରତ ଖେଳିବ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ଓ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ।

ଏହା ପରେ ଭାରତୀୟ ଦଳ ମାର୍ଚ୍ଚ ୨୭ରୁ ଖେଳିବେ ଆଇପିଏଲ । ମେ ମାସ ତୃତୀୟ ସପ୍ତାହରୁ ଜୁନ ୧୯ ତାରିଖ ମଧ୍ୟରେ ଭାମଣକାରୀ ଦକ୍ଷିଣ ଆଫ୍ରିକା ବିରୋଧରେ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବା କାର୍ଯ୍ୟକ୍ରମ ରହିଛି । ଏହି ସିରିଜ ଶେଷ ହେବାର ଏକ ସପ୍ତାହ ପରେ ଭାରତୀୟ ଦଳ ଇଂଲଣ୍ଡ ଗସ୍ତରେ ଯାଇ ଗୋଟିଏ ଟେଷ୍ଟ ଖେଳିବା ପରେ ଭାରତୀୟ ଦଳର ୱେଷ୍ଟଇଣ୍ଡିଜ ଗସ୍ତ କାର୍ଯ୍ୟକ୍ରମ ରହିଛି । ଏହା ପରେ ଜିମ୍ବାୱେ ଗସ୍ତ ଓ ୟୁନାଇଟେଡ ଆରବ ଏମିରେଟ୍ସରେ ଏସିଆ କପ ଖେଳିବା ପାଇଁ ପଡିବ । ଏସିଆ କପ ପରେ ଅକ୍ଟୋବର ୧୬ରୁ ଟି-୨୦ ବିଶ୍ୱକପ ଖେଳିବା ଅଷ୍ଟ୍ରେଲିଆ ଗସ୍ତରେ ଯିବେ । ତେଣୁ ଏହି ବ୍ୟସ୍ତ ବହୁଳ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ବିସିସିଆଇ ଖେଳାଳିଙ୍କ ୱାର୍କଲୋଡ କମାଇବା ପାଇଁ ଦୁଇଟି ପୃଥକ ଦଳ ଗଠନ କରିବା ନେଇ ଖେଳାଳି ଚୟନ କମିଟି ଓ ଭାରତୀୟ ଦଳ ମ୍ୟାନେଜମେଣ୍ଟ ସହିତ ବିଚାର ବିମର୍ଷ ଚଳାଇଛି ।

Get real time updates directly on you device, subscribe now.