fbpx
BSKY
BJD SHG SKY
BJD YOUTH SKY

ଓମିକ୍ରନ ସାଇଲେଣ୍ଟ କିଲର୍‌: ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ମହାମାରୀ କରୋନାର ଭାରିଏଣ୍ଟ ଓମିକ୍ରନକୁ ସାଇଲେଣ୍ଟ କିଲର କହିଛନ୍ତି ଦେଶର ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା । ଏଥିରେ ଆକ୍ରାନ୍ତ ହୋଇଥିଲେ ହେଁ ଏଯାଏ ସଂପୂର୍ଣ୍ଣ ସୁସ୍ଥ ହୋଇ ନଥିବା କଥା ସେ କହିଛନ୍ତି । ବୁଧବାର ସୁପ୍ରିମକୋର୍ଟ ବାର ଆସୋସିଏସନ ସଭାପତି ବିକାଶ ସିଂହ ସିଜେଆଇ ଜଷ୍ଟିସ ରମନ୍ନାଙ୍କୁ ପୂର୍ଣ୍ଣ କ୍ଷମତାରେ ଫିଜିକାଲ କୋର୍ଟ ଶୁଣାଣି ଆରମ୍ଭ କରିବାକୁ ଅନୁରୋଧ କରିଥିଲେ ।

ଶ୍ରୀ ସିଂହ କହିଥିଲେ, ଫିଜିକାଲ ଶୁଣାଣି ଆରମ୍ଭ ହୋଇଥିବାରୁ ମୁଁ ବହୁତ ଖୁସି । ଏବେ ସୁପ୍ରିମକୋର୍ଟରେ ପୂର୍ଣ୍ଣକ୍ଷମତାର ସହ ଫିଜିକାଲ ଶୁଣାଣି ଆରମ୍ଭ କରିବାକୁ ମୁଁ ଅନୁରୋଧ କରୁଛି । ଓମିକ୍ରନ ଗୋଟିଏ ସାଧାରଣ ଜ୍ୱର ଓ ଲୋକମାନେ ଏଥିରେ ଆକ୍ରାନ୍ତ ହେଉଥିଲେ ମଧ୍ୟ ଶୀଘ୍ର ସୁସ୍ଥ ହୋଇଯାଉଛନ୍ତି । ତେଣୁ ପୂର୍ଣ୍ଣ କ୍ଷମତାରେ କୋର୍ଟରେ ଶୁଣାଣି ଆରମ୍ଭ ହେଉ । ଏହାର ଜବାବରେ ସିଜେଆଇ ଜଷ୍ଟିସ ରମନ୍ନା ଏବେ ବି ଓମିକ୍ରନ ଜନିତ ପ୍ରଭାବର ସମ୍ମୁଖୀନ ହେଉଥିବା କହିଛନ୍ତି । ସେ କହିଛନ୍ତି, ମୁଁ ଓମିକ୍ରନ ସଂସ୍ପର୍ଶରେ ଆସିଥିଲି । ୪ ଦିନ ଧରି ଏହା ମୋ ଶରୀରରେ ରହିଥିଲା । ମୁଁ ଏବେ ବି ଏହାର ପ୍ରଭାବ ଅନୁଭବ କରିପାରୁଛି । ଏହା ଏକ ସାଇଲେଣ୍ଟ କିଲର ।

Get real time updates directly on you device, subscribe now.