fbpx

ୟୁକ୍ରେନ ଘୋଷଣା କଲା ଜରୁରୀକାଳୀନ ପରିସ୍ଥିତି, ରୁଷିଆର ପଦକ୍ଷେପକୁ ରୋକିପାରିବ କି କଟକଣା ?

ମସ୍କୋ: ୟୁକ୍ରେନ ଓ ରୁଷ ମଧ୍ୟରେ ଚାଲିଥିବା ବିବାଦ ବଢ଼ି ଯୁଦ୍ଧ ଆଡ଼କୁ ଗତି କରିବାରେ ଲାଗିଛି । ଯୁଦ୍ଧର ଆଶଙ୍କା ବଢ଼ୁଥିବା ଭିତରେ ୩୦ ଦିନ ପାଇଁ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି ୟୁକ୍ରେନ ଓ ନିଜ ନାଗରିକଙ୍କୁ ଖୁବଶୀଘ୍ର ରୁଷ ଛାଡ଼ିବାକୁ କହିଛି । ଏହା ସହ ରୁଷ ମଧ୍ୟ ୟୁକ୍ରେନରୁ ନିଜ କୂଟନୀତିଜ୍ଞଙ୍କୁ ଡାକିବାକୁ ଘୋଷଣା କରିଛି । ଆମେରିକା ସହିତ ପାଶ୍ଚାତ୍ୟ ଦେଶଗୁଡ଼ିକ ରୁଷକୁ ଅଟକାଇବା ପାଇଁ ପ୍ରତିବନ୍ଧକର ସାହାରା ନେଉଛନ୍ତି । ୟୁଏସ୍ ଓ ୟୁକେ ମଧ୍ୟ ମସ୍କୋ ଉପରେ କଠୋର ପ୍ରତିବନ୍ଧକ ଲଗାଇଛନ୍ତି । ଆଗାମୀ ଦିନରେ ଅନେକ ନୂଆ ନୂଆ କଟକଣା ମଧ୍ୟ ଲାଗିପାରେ । କିନ୍ତୁ ଏବେ ପ୍ରଶ୍ନ ଉଠୁଛି କି, ଏହି ଫର୍ମୁଲା ଜିଦି ଧରିଥିବା ରୁଷ ଉପରେ କାମ କରିବ ?

ତେବେ ୨୦୧୪ରେ ରୁଷ ଦ୍ୱାରା ୟୁକ୍ରେନର କ୍ରିମୟା ଉପରେ କବଜା କରାଯିବାକୁ ନେଇ ଆମେରିକା ସମେତ ପାଶ୍ଚାତ୍ୟ ଦେଶଗୁଡ଼ିକ ରୁଷକୁ ନିନ୍ଦା କରିଥିଲେ ଓ ଆର୍ଥିକ ପ୍ରତିବନ୍ଧକ ଲଗାଇଥିଲେ । କିନ୍ତୁ ଆଜି ବି ରୁଷ କ୍ରିମିୟାକୁ ନିୟନ୍ତ୍ରଣ କରୁଛି । ରୁଷର ଅର୍ଥବ୍ୟବସ୍ଥା ପୁଣି ଥରେ ବଢ଼ିବାରେ ଲାଗିଛି । ୟୁକ୍ରେନ ଉପରେ ଆକ୍ରମଣ କରିବା ଦ୍ୱାରା ଦେଶକୁ ଆର୍ଥିକ କ୍ଷତି ସହିବାକୁ ପଡ଼ିବ ବୋଲି ଭଲ ଭାବରେ ଜାଣିଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । କିନ୍ତୁ ଏହା ପରେ ବି ସେ ପଛକୁ ଫେରିବାକୁ ରାଜି ନାହାନ୍ତି ।

Get real time updates directly on you device, subscribe now.