fbpx

ୱାର୍ମ ଅପରେ ଭାରତର ବୋଲିଂ ନିଷ୍ପତ୍ତି; ଓପନ କରିବେନି କୋହଲି

ନୂଆଦିଲ୍ଲୀ: ଦୁବାଇରେ ଭାରତ ଏହାର ବିଶ୍ୱକପ ୱାର୍ମ ଅପ୍ ମ୍ୟାଚ ଖେଳିବାକୁ ଯାଉଛି । ଏହି ମ୍ୟାଚ ପାଇଁ ଇଂଲଣ୍ଡ ପକ୍ଷରୁ ଅଧିନାୟକ ଇଓନ ମୋର୍ଗାନଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ଇନିଂସ ଓପନ ନ କରିବାର ଘୋଷଣା କରିଛନ୍ତି ବିରାଟ କୋହଲି । ଭାରତୀୟ ଅଧିନାୟକ କୋହଲି ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି ।
ଇଂଲଣ୍ଡ ପକ୍ଷରୁ ୱିକେଟ କିପର ଜୋସ ବଟଲରଙ୍କୁ ଏହି ମ୍ୟାଚ ପାଇଁ ଅଧିନାୟକ ଘୋଷଣା କରାଯାଇଛି । ଅନ୍ୟ ପକ୍ଷରେ ଆଇପିଏଲରେ ୬୦୦ ରନ ସଂଗ୍ରହ କରିଥିବା କେ ଏଲ୍ ରାହୁଲଙ୍କ ପାଇଁ ଓପନିଂ ସ୍ଲଟ୍ ଖାଲି କରିବାକୁ ନିଷ୍ପତ୍ତି ନେଇଛନ୍ତି ବିରାଟ କୋହଲି ।

Get real time updates directly on you device, subscribe now.