fbpx

ମମିତା ମେହେର ନିଖୋଜ ମାମଲା: ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ବିଜେପି-କଂଗ୍ରେସ

ଭୁବନେଶ୍ୱର: ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଘଟଣାରେ ଟ୍ୱିଷ୍ଟ । ପୋଲିସ ହେପାଜତରୁ ସ୍କୁଲ ପରିଚାଳନା କମିଟିି ସଭାପତି ଗୋବିନ୍ଦ ସାହୁ ଚମ୍ପଟ ମାରିବାକୁ ନେଇ ରାଜନୈତିକି ମହଲରେ ଚର୍ଚ୍ଚା ଜୋର ଧରିଛି ।

ଘଟଣାରେ ରାଜ୍ୟ ଗୃହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ଓ କଂଗ୍ରେସ । ଉଭୟ କଂଗ୍ରେସ ଓ ବିଜେପି ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବରଖାସ୍ତ ଦାବି କରିଛନ୍ତି । ମମିତା ମୃତ ନା ଜୀବିତ ଖୋଜି ବାହାର କରିବା ସହ ସମସ୍ତ ଦୋଷୀଙ୍କୁ କଠୋର ଦଣ୍ଡବିଧାନ କରାଯିବା ନେଇ ଦାବି କରିଛନ୍ତି ବିଜେପି ସାଂସଦ ବସନ୍ତ ପଣ୍ଡା ।

ସେପଟେ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା ମଧ୍ୟ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବି କରିଛନ୍ତି । ସେ ମଧ୍ୟ ଅଭିଯୋଗ କରିଛନ୍ତି ପୋଲିସ ହେପାଜତରୁ ସ୍କୁଲ ମାଲିକ ଫେରାର ହେବା ପଛରେ ମନ୍ତ୍ରୀଙ୍କ ହାତ ରହିଛି । ସ୍କୁଲ ମାଲିକ ଗୋବିନ୍ଦ ସାହୁଙ୍କ ସହ ମନ୍ତ୍ରୀଙ୍କର ଘନିଷ୍ଠ ସମ୍ପର୍କ ଅଛି । ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇଙ୍ଗିତରେ ପୋଲିସ ଗୋବିନ୍ଦ ସାହୁଙ୍କୁ ଫେରାର କରିଛି । ଗିରଫ ହେବାର ୪ ଦିନ ପର୍ଯ୍ୟନ୍ତ ପୋଲିସ କାହିଁକି ଗୋବିନ୍ଦଙ୍କୁ ରଖିଥିଲା ନେଇ ପ୍ରଶ୍ନ କରିଛନ୍ତି । ଏହା ସହ ମନ୍ତ୍ରୀ ପଦରୁ ଦିବ୍ୟଶଙ୍କର ଇସ୍ତଫା ଦେବା ଏବଂ ସିବିଆଇ ତଦନ୍ତ କରାଯାଉ ବୋଲି କହିଛନ୍ତି ସାଲୁଜା ।

ତେବେ ଆଇନ ତ’ ବାଟରେ ଯିବ ଏବଂ ତଦନ୍ତ ପରେ ଯେ କେହି ବି ଦୋଷୀ ସାବ୍ୟସ୍ତ ହେବେ ଦଣ୍ଡବିଧାନ କରାଯିବ ବୋଲି କହିଛନ୍ତି କ୍ୟାପଟେନ ଦିବ୍ୟଶଙ୍କର ।

Get real time updates directly on you device, subscribe now.