fbpx

୨୨୮୨ ଜଣଙ୍କୁ ମିଳିବ ଆନ୍ତରିକ ସୁରକ୍ଷା ସେବା ପଦକ

ଭୁବନେଶ୍ୱର, ଓଡ଼ିଶା ଭାସ୍କର: କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁରକ୍ଷା କର୍ମୀଙ୍କ ପାଇଁ ଆନ୍ତରିକ ସେବା ପୁରସ୍କାର ଘୋଷଣା କରାଯାଇଛି । ୨୨୮୨ କର୍ମଚାରୀଙ୍କୁ ଆନ୍ତରିକ ସୁରକ୍ଷା ସେବା ପଦକ ମିଳିବା ନେଇ ଘୋଷଣା କରାଯାଇଛି । ମାଓ ପ୍ରବଣ ଅଞ୍ଚଳରେ କାର୍ଯ୍ୟରତ ପୋଲିସ କର୍ମୀଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।

ଉଭୟ ପୋଲିସ କର୍ମଚାରୀ ଓ ଅଧିକାରୀଙ୍କୁ ଏହି ପଦକ ପ୍ରଦାନ କରାଯିବ । ରାଜ୍ୟର ୨୨୮୨ ପୋଲିସ ଅଧିକାରୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ଡିଜିପି ଟ୍ୱିଟ କରି ଘୋଷଣା କରିଛନ୍ତି । କାର୍ଯ୍ୟରତ କର୍ମଚାରୀଙ୍କୁ ସମ୍ମାନିତ କରିବାକୁ କେନ୍ଦ୍ର ଗୃହ ବିଭାଗ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ମାଓ ପ୍ରବଣ ଅଞ୍ଚଳରେ ଅନ୍ୟୁନ ୨ ବର୍ଷ କାମ କରିଥିବା ଅଧିକାରୀଙ୍କୁ ଏହି ପଦକ ପ୍ରଦାନ କରାଯିବ । ପୋଲିସ ମହାନିର୍ଦ୍ଦେଶକ ସମସ୍ତଙ୍କୁ ଏହି ପଦକ ପ୍ରଦାନ କରିବେ ବୋଲି ଜଣାପଡିଛି ।

Get real time updates directly on you device, subscribe now.