ପାକିସ୍ତାନି ଅଧିକାରୀ ୨୪ ଘଣ୍ଟା ଭିତରେ ଭାରତ ଛାଡ଼, MEAର କଡ଼ା ଚେତାବନୀ
ପାକିସ୍ତାନ ହାଇ କମିଶନରେ କାର୍ଯ୍ୟରତ ଜଣେ ଅଧିକାରୀଙ୍କୁ ତୁରନ୍ତ ଦେଶ ଛାଡି ଚାଲିଯିବାକୁ ନିର୍ଦ୍ଦେଶ।
ନୂଆଦିଲ୍ଲୀ: ପାକିସ୍ତାନି ଅଧିକାରୀ ଭାରତ ଛାଡ଼। ଆଉ ଜଣେ ପାକିସ୍ତାନୀ ଅଧିକାରୀଙ୍କୁ ଭାରତ ଛାଡିବାକୁ ନିର୍ଦ୍ଦେଶ। କିସ୍ତାନ ହାଇ କମିଶନରେ କାର୍ଯ୍ୟରତ ଜଣେ ଅଧିକାରୀଙ୍କୁ ଭାରତ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି।
୨୪ ଘଣ୍ଟା ଭିତରେ ଦେଶ ଛାଡି ଚାଲିଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ପାକିସ୍ତାନ ଉଚ୍ଚାୟୁକ୍ତ ଅଧିକାରୀଙ୍କୁ ଭାରତ ଛାଡିବାକୁ ନିର୍ଦ୍ଦେଶ ରହିଛି। ଜଣେ ଅଧିକାରୀଙ୍କୁ ଅବାଞ୍ଛିତ ଘୋଷଣା କରି ତୁରନ୍ତ ଭାରତ ଛାଡି ଚାଲିଯିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏନେଇ ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛି MEA। ତାଙ୍କ ନାଁ ରେ ଅଫିସିଆଲ୍ ଷ୍ଟାଟସ୍ ବାହାରକୁ ଯାଇ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି। ପାକ୍ ହାଇକମିଶନ ମୁଖ୍ୟଙ୍କୁ ଏନେଇ ପୂର୍ବରୁ ଚେତାବନୀ ଦିଆଯାଇଥିଲା। ଯେପରି କେହି ପଦବୀର ଅପବ୍ୟବହାର ନ କରନ୍ତି ତାଗିଦ କରାଯାଇଥିଲା।