fbpx
BSKY
BJD SHG SKY
BJD MC SKY

ଆମେରିକୀୟ ରିସର୍ଚ୍ଚରୁ ବଡ଼ ଖୁଲାସା: ଆଗକୁ ଭାରତରେ ଭୂତଳ ଜଳର ଅଭାବ ୩ ଗୁଣ ବୃଦ୍ଧି ପାଇବ, ଆଶଙ୍କା ଘେରରେ ୪୫ କୋଟି ଲୋକଙ୍କ ଜୀବିକା

ନୂଆଦିଲ୍ଲୀ: ଦିନକୁ ଦିନ ବିଶ୍ୱର ତାପମାତ୍ରା ବୃଦ୍ଧି ପାଇବା ସହ ଜଳବାୟୁରେ ପରିବର୍ତ୍ତନ ହେବାରେ ଲାଗିଛି । ମଣିଷ ଗୋଟିଏ ପଟେ ଆଗକୁ ବଢ଼ୁଥିବା ବେଳେ ଅନ୍ୟପଟେ ତା’ ଆଗରେ ଅନେକ ଭୟଙ୍କର ବିପଦ ସୃଷ୍ଟି ହେଉଛି । ତେବେ ଏହା ମଧ୍ୟରେ ଏକ ବଡ଼ ରିସର୍ଚ୍ଚ ରିପୋର୍ଟ ସାମ୍ନାକୁ ଆସିଛି । ଆଗାମୀ ଦିନରେ ଭାରତରେ ଭୂତଳ ଜଳର ଅଭାବ ୩ ଗୁଣ ବୃଦ୍ଧି ପାଇବ । ବିଶେଷ କରି ଭାରତର ମଧ୍ୟ ଓ ଦକ୍ଷିଣ ଭାଗର ଲୋକମାନେ ଏଥିରେ ପ୍ରଭାବିତ ହୋଇ ପାରନ୍ତି ।

ରିପୋର୍ଟ ମୁତାବକ, ଭାରତରେ ଯଦି କୃଷକମାନେ ବର୍ତ୍ତମାନର ହାରେ ଭୂତଳ ଜଳର ଉପଯୋଗ କରିବା ଜାରି ରଖିବେ, ତେବେ ୨୦୨୮ ମସିହା ସୁଦ୍ଧା ଏହା ୩ ଗୁଣ ହ୍ରାସ ପାଇପାରେ । ଫଳରେ ଦେଶରେ ଖାଦ୍ୟ ଓ ଜଳ ସୁରକ୍ଷା କ୍ଷେତ୍ରରେ ବିପଦ ସୃଷ୍ଟି ହୋଇପାରେ । ଆମେରିକାର ମିଶିଗନ ବିଶ୍ୱବିଦ୍ୟାଳୟ ନେତୃତ୍ୱରେ ଏହି ଗବେଷଣା କରାଯାଇଥିଲା ।

ଗରମ ଜଳବାୟୁ କାରଣରୁ ଭାରତର କୃଷକମାନେ କ୍ଷେତରେ ବ୍ୟବହାର କରିବା ପାଇଁ ଭୂତଳ ଜଳ ଉପରେ ଅଧିକ ନିର୍ଭର କରୁଛନ୍ତି । ଜଳର ଅଭାବ ୧୪୦ କୋଟି ଜନସଂଖ୍ୟାର ଏକତୃତୀୟାଂଶ ଅର୍ଥାତ ପାଖାପାଖି ୪୬ କୋଟି ଲୋକଙ୍କର ଜୀବିକା ବିପଦ ମଧ୍ୟକୁ ଠେଲି ହୋଇପାରେ । ଏଥିସହିତ ଏହାର ପ୍ରଭାବ ସାରା ବିଶ୍ୱ ଉପରେ ପଡ଼ିପାରେ । ଭାରତ ବିଶ୍ୱର ସର୍ବବୃହତ ଭୂତଳ ଜଳ ଉପଭୋକ୍ତା ହୋଇଥିବା ବେଳେ ଏହା ଆଞ୍ଚଳିକ ଓ ବିଶ୍ୱ ସ୍ତରର ଖାଦ୍ୟ ଯୋଗାଣ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ ଅଟେ ।

Get real time updates directly on you device, subscribe now.