fbpx

ବଜ୍ରାଘାତରେ ୧୦ ଜଣଙ୍କ ମୃତ୍ୟୁ : ରାଜଧାନୀରେ ବନ୍ୟା ପରିସ୍ଥିତି ସୃଷ୍ଟି

ଭୁବନେଶ୍ୱର : ୨ ତାରିଖ ସକାଳୁ ପାଗ ଠିକ ଠାକ ଥିଲା । ଏହା ପରେ ଅପରାହ୍ନ ୨ ଟା ବେଳକୁ ଅଚାନକ ବଦଳି ଗଲା ପାଗ । ପ୍ରଥମେ ଝିପଝିପ ବର୍ଷା ହୋଇଥିଲା । ଏହା ପରେ ଆରମ୍ଭ ହୋଇଥିଲା ବଜ୍ରପାତ । ପ୍ରଚଣ୍ଡ ବିଜୁଳି ଘଡଘଡି ୩ ଘଣ୍ଟା ଧରି ଲାଗି ରହିଲା । ତେବେ ସୂଚନା ଅନୁସାରେ ସନ୍ଧ୍ୟା ୫ ଟା ସୁଧା ୨୫୭୫୩ ଟି ବିଜୁଳି ମାରିଥିଲା । ଏହା ଭିତରୁ ଅଧିକ ବିଜୁଳି ଭୁବନେଶ୍ୱରେ ମାରିଛି । ଏହାକୁ ନେଇ ରାଜଧାନୀ ବାସୀ ଭୟଭୀତ ହୋଇଥିଲେ । ଓଡିଶାର ୬ଟି ଜିଲ୍ଲାରେ ବିଜୁଳି ମାରିଥିବା ବେଳେ ୧୦ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ପାଣିପାଗ ବିଭାଗ କହିବା ଅନୁସାରେ ବାଦଳ ଯେତେ ଉପରେ ଥାଏ ବିଜୁଳି ମଧ୍ୟ ସେହି ପରିମାଣର ବିପଦଜନକ ହୋଇଥାଏ । ତେବେ ଗତ କାଲି ବିଜୁଳିର ଉଚ୍ଚତା ୧୮ କିଲୋମିଟରରୁ ଅଧିକ ଥିଲା । ସେଥିପାଇଁ ଏହି ବିଜୁଳି ଅଧିକ ବିପଦଜନକଥିଲା । ପାଣିପାଗ ବିଭାଗ କହିବା ଅନୁସାରେ ମୌସୁମୀ ନିଷ୍କକ୍ରିୟ ଥିବାରୁ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇଥିଲା । ତେବେ ରାଜଧାନୀରେ ମୋଟ ୧୨୬ ମିଲିମିଟର ବର୍ଷା ହୋଇଛି । ଅଧିକାଂଶ ଅଞ୍ଚଳ ଜଳମଗ୍ନ ହେବା ସହ ଅନେକ ଲୋକଙ୍କ ଘରେ ପାଣି ପଶିଥିବା ଦେଖିବାକୁ ମିଳିଥିଲା ।

ରାଜ୍ୟରେ ବର୍ଷାର ପ୍ରଭାବ ଜାରି ରହିଛି । ୫ ତାରିଖରେ ବର୍ଷା କମିବାର ସମ୍ଭାବନା ଅଛି ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି । ତେବେ ବର୍ଷା ହେଲେ ମଧ୍ୟ ତାପମାତ୍ରା ୩୫ ଡିଗ୍ରୀ ରହିଛି ।

Get real time updates directly on you device, subscribe now.