fbpx

୫ ବର୍ଷ ଧରି ଟେଷ୍ଟ କ୍ରିକେଟର ଆମ୍ବାସାଡର ରହିଛି ଭାରତୀୟ ଦଳ: ଜାଣନ୍ତୁ କାହିଁକି ଏମିତି କହିଲେ ପୂର୍ବତନ କୋଚ୍

Advertisement

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳ ବିଗତ ୫ ବର୍ଷ ହେବ ଟେଷ୍ଟ କ୍ରିକେଟର ବ୍ରାଣ୍ଡ ଆମ୍ବାସାଡର ରହିଛି ବୋଲି ପୂର୍ବତନ କୋଚ ରବି ଶାସ୍ତ୍ରୀ ମତ ଦେଇଛନ୍ତି । ମୁମ୍ବାଇରେ ଖେଳା ଯାଇଥିବା ଦ୍ୱିତୀୟ ଟେଷ୍ଟରେ ଭାରତ ନ୍ୟୁଜିଲାଣ୍ଡକୁ ୩୭୨ ରନରେ ପରାସ୍ତ କରିବା ପରେ ଶାସ୍ତ୍ରୀ ଏଭଳି ମତ ଦେଇଛନ୍ତି । ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଦଳ ବିଗତ ୫ ବର୍ଷ ମଧ୍ୟରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛି । ସୋମବାର ଭାରତ ବିଜୟୀ ହେବା ସହିତ ନ୍ୟୁଜିଲାଣ୍ଡକୁ ଗାଦିଚ୍ୟୁତ କରିବା ସହିତ ଟେଷ୍ଟ କ୍ରିକେଟରେ ପ୍ରଥମ ସ୍ଥାନ ଅକ୍ତିଆର କରିଛି । ବର୍ତ୍ତମାନର ଦଳରେ ରହିଥିବା ୯୯ ପ୍ରତିଶତ ଖେଳାଳି ଦିନିକିଆ କିମ୍ବା ଆଇପିଏଲ ଅପେକ୍ଷା ଟେଷ୍ଟକୁ ପ୍ରାଧାନ୍ୟ ଦେଇଥାନ୍ତି ।

ଶାସ୍ତ୍ରୀ ବିଗତ ୪ ବର୍ଷ ଧରି ଭାରତୀୟ ଦଳର କୋଚ ଦାୟିତ୍ୱ ନିର୍ବାହ କରିଥିଲେ । ଶାସ୍ତ୍ରୀଙ୍କ ନେତୃତ୍ୱର ବିଗତ ୫ ବର୍ଷ ଧରି ଭାରତ ଟେଷ୍ଟ କ୍ରିକେଟରେ ଚମକ୍ରାର ପ୍ରଦର୍ଶନ କରି ଆସିଛି । ଅଷ୍ଟ୍ରେଲିଆ ବିପକ୍ଷ ଦୁଇଟି ସିରିଜ ଜିତିଥିଲା ଭାରତ । କେବଳ ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲକୁ ବାଦ ଦେଲେ ଭାରତ ସମୁଦାୟ ଟେଷ୍ଟ ଚାମ୍ପିୟନଶିପରେ ଭାରତ ଚମକ୍ରାର ପ୍ରଦର୍ଶନ କରିଥିବା ନେଇ ଶାସ୍ତ୍ରୀ ନିଜ ପୋଡକାଷ୍ଟରେ ଉଲ୍ଲେଖ କରିଛନ୍ତି ।

Get real time updates directly on you device, subscribe now.