fbpx
BSKY
BJD MC SKY
BJD YOUTH SKY

ନିଯୁକ୍ତି ଦେଉଛି ଟେସଲା: ଜାଣନ୍ତୁ କିପରି କରିବେ ଆବେଦନ

ନୂଆଦିଲ୍ଲୀ: ନିଯୁକ୍ତି ପାଇଁ ଆଶାୟୀ ଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଖୁସି ଖବର । ଏନେଇ ଏଲନ୍ ମସ୍କ କମ୍ପାନୀ ଟେସଲା ପକ୍ଷରୁ ଚାଲିଛି ନିଯୁକ୍ତି ପ୍ରକ୍ରିୟା । ଯଦି ଆପଣ କେବେ ଟେସଲାରେ କାମ କରିବାକୁ ସ୍ୱପ୍ନ ଦେଖୁଥିବେ, ତେବେ ଏହାକୁ ସଫଳ କରିବାର ସମୟ ଆସିଛି ।

ଦୁନିଆର ସବୁଠାରୁ ବଡ କମ୍ପାନୀ ଟେସଲା ଏଠାରେ ଚାକିରୀ ପାଇଁ ଲୋକମାନଙ୍କ ଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ଏଲନ୍ ମସ୍କ ଏକ ଟ୍ୱିଟ ଯୋଗେ ଜଣାଇଛି ଯେ ସବୁଥର ପରି ଟେସଲା ଅଭିଜ୍ଞ ଇଞ୍ଜିନିୟରମାନଙ୍କୁ ଖୋଜୁଛି ଯେଉଁମାନେ ସମସ୍ୟାର ସମାଧାନ ପାଇଁ ଧ୍ୟାନ ଦିଅନ୍ତି ଯାହା ଲୋକଙ୍କ ଜୀବନରେ ବହୁ ପରିମାଣରେ ପ୍ରଭାବ ପକାଇପାରେ । ଯେପରିକି (FSD) ଚିପ୍, ଡୋଜୋ ସିଷ୍ଟମ୍, ନ୍ୟୁରାଲ୍ ନେଟୱାର୍କ, ସ୍ୱୟଂଶାସିତ ଆଲଗୋରିଦମ ଏବଂ କୋଡିଂ ।

 

Get real time updates directly on you device, subscribe now.