fbpx

ଲଞ୍ଚ ହେଲା Samsung Galaxy A03 Core ବଜେଟ୍ ସ୍ମାର୍ଟଫୋନ, ରହିଛି 5000 mAhର ବ୍ୟାଟେରୀ

ନୂଆଦିଲ୍ଲୀ: Samsung ଏହାର କମ୍ ବଜେଟ ସ୍ମାର୍ଟଫୋନ Galaxy A03 Coreକୁ ଲଞ୍ଚ କରିଛି । ଏହା ଏକ ଏଣ୍ଟ୍ରି ଲେଭଲ ସ୍ମାର୍ଟଫୋନ ଅଟେ । ଏହା ପ୍ରଥମ କରି ଏବଂ କେବଳ ଭିଡିଓ କିମ୍ବା ଇଣ୍ଟରନେଟ୍ ସର୍ଚ୍ଚିଂ ଭଳି କାମ କରୁଥିବା ବ୍ୟକ୍ତିଙ୍କୁ ବେଶ୍ ସୁହାଇବ । ଫୋନକୁ କେବଳ ଗୋଟିଏ ଭ୍ୟାରିଏଣ୍ଟରେ ଲଞ୍ଚ କରାଯାଇଛି । ତେବେ ଆସନ୍ତୁ ଜାଣିବା ଏହି ସ୍ମାର୍ଟଫୋନର କିଛି ଫିଚର୍ସ ବିଷୟରେ ।

ଏମିତି ରହିଛି ଏହି ସ୍ମାର୍ଟଫୋନର ଫିଚର୍ସ:

ଏହି ସ୍ମାର୍ଟଫୋନ ୬.୫ ଇଞ୍ଚ ଏଚଡି+ ୱାଟର ଡ୍ରପ୍ ନଚ୍ ଇନଫିନିଟି-ଭି ଡିସପ୍ଲେ ସହ ଦେଖିବାକୁ ମିଳିବ । ୨ଜିବି ରାମ୍ ଏବଂ ୩୨ ଜିବି ଷ୍ଟୋରେଜ ସହ କେବଳ ଗୋଟିଏ ଭ୍ୟାରିଏଣ୍ଟରେ ଉପଲବ୍ଧ ହେବ ଏହି ସ୍ମାର୍ଟଫୋନ୍ । ସାମସଙ୍ଗ ଗାଲାକ୍ସି ଏ ୦୩ କୋର ସ୍ମାର୍ଟଫୋନରେ ୮ ମେଗାପିକ୍ସଲର ପ୍ରାଇମେର କ୍ୟାମେରା ଥିବାବେଳେ ସେଲ୍ଫି ଏବଂ ଭିଡିଓ କଲ ପାଇଁ ୫ ମେଗାପିକ୍ସଲର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି । ସାମସଙ୍ଗ ଗାଲାକ୍ସି ଏ ୦୩ କୋର ରେ ୫୦୦୦ ଏମଏଏଚ ର ବ୍ୟାଟେରୀ ଦିଆଯାଇଛି । ଏହି ସ୍ମାର୍ଟଫୋନ ଆଣ୍ଡ୍ରଏଡ୍୧୧ (ଗୋ ଏଡିସନ) ଦ୍ୱାରା ପରିଚାଳିତ । ଫୋନରେ ୱାଇ-ଫାଇ, ୪ଜି ଏଲଟିଇ, ଜିପିଏସ୍, ୩.୫ ଏମଏମ ଜ୍ୟାକ୍ ଏବଂ ୪.୨ ଭର୍ଜନର ବ୍ଲୁଟୁଥ୍ ସହ ଅନେକ ଫିଚର୍ସ ରହିଛି ।

ସାମସଙ୍ଗ ଗାଲାକ୍ସି ଏ ୦୩ କୋର ର ଦାମ୍ ୭,୯୯୯ ଟଙ୍କା ରହିଛି । ଫୋନ ବ୍ଲାକ ଏବଂ ବ୍ଲୁ କଲର ଅପ୍ସନରେ ଲଞ୍ଚ କରାଯାଇଛି । ଏହାକୁ ରିଟେଲର ଷ୍ଟୋର ଏବଂ ସାମସଙ୍ଗ ୱେବସାଇଟରୁ କିଣିପାରିବେ ।

Get real time updates directly on you device, subscribe now.