fbpx

ରାସ୍ତା କଡରେ କଲମ ବିକୁଥିଲା କୁନିଝିଅ: I-Phone ଉପହାର ଦେଲେ ମୁଖ୍ୟମନ୍ତ୍ରୀଙ୍କ ପୁଅ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଳୀ: ସର୍ବଦା ନିଜର ଅଜବ ଗଜବ ଅନ୍ଦାଜକୁ ନେଇ ଚର୍ଚ୍ଚାରେ ରୁହନ୍ତି । ହେଲେ ବର୍ତ୍ତମାନ କରିଛନ୍ତି ଏମିତି କିଛି କାମ ଯାହାକୁ ସମସ୍ତେ ବେଶ ପ୍ରଶଂସା କରିଛନ୍ତି । ଏକ ଛୋଟ ଝିଅକୁ ଆଇଫୋନ ପ୍ରଦାନ କରି ଚର୍ଚ୍ଚାରେ ରହିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜ ପ୍ରତାପ । ରାସ୍ତା କଡରେ ପେନ ବିକ୍ରି କରୁଥିବା ଏହି ଝିଅକୁ ଏକ ଆଇଫୋନ ଗିଫ୍ଟ କରିଥିଲେ ତେଜ ପ୍ରତାପ । ପାଟନାର ରାସ୍ତାରେ ଝିଅଟି ପେନ ବିକ୍ରି କରୁଥିବା ବେଳେ ପାଠ ପଢିବା ପାଇଁ ୫୦ ହଜାର ଟଙ୍କାର ଫୋନ ପ୍ରଦାନ କରିଥିଲେ ତେଜ ପ୍ରତାପ ।

ଶନିବାର ସନ୍ଧ୍ୟାରେ ନିଜ ସାଙ୍ଗ ମାନଙ୍କ ସହିତ ବୁଲୁଥିବା ସମୟରେ ଏହି ଘଟଣା ଘଟିଥିଲା । ନିଜ କାରରୁ ବାହାରିବା ସମୟରେ କଲମ ବିକୁଥିବା ଝିଅ ଉପରେ ତାଙ୍କର ନଜର ପଡିଥିଲା । ଏହାକୁ ନେଇ ତେଜ ପ୍ରତାପ ଝିଅଟିକୁ ପଢିବା ପାଇଁ ପ୍ରୋତ୍ସାହିତ କରିଥିଲେ । ଭବିଷ୍ୟତରେ କିଛି ବି ଆବଶ୍ୟକ ହେଲେ ତାଙ୍କୁ ଫୋନ କରିବା ପାଇଁ କହିଥିଲେ ତେଜ ପ୍ରତାପ । ଏହାର ଉତ୍ତରରେ ଝିଅଟି କହିଥିଲା ତା ନିକଟରେ ଫୋନ ନାହିଁ । ଏଥିରେ ଭାବବିହ୍ୱଳ ହୋଇ ତୁରନ୍ତ ଏକ ୫୦ ହଜାର ଟଙ୍କାର ଫୋନ ଦେଇଥିଲେ ତେଜପ୍ରତାପ । ଝିଅଟିର ନାଁ ମେଘା ହୋଇଥିବା ବେଳେ ସେ ଜଣେ ଅଟୋ ରିକ୍ସା ଚାଳକଙ୍କ ଝିଅ ବୋଲି ଜଣାପଡିଛି । ଦେଖନ୍ତୁ ଭିଡିଓ…..

Get real time updates directly on you device, subscribe now.