fbpx

ଧରାପଡ଼ିଲେ ଲାଞ୍ଚୁଆ SI, ଲାଞ୍ଚ ନେଉଥିବାବେଳେ ପଡ଼ିଲେ ଭିଜିଲାନ୍ସ ଜାଲରେ

ଚାଲିଥିଲା ଲାଂଚ କାରବାର, ଧରିନେଲା ଭିଜିଲାନ୍ସ । ୬ହଜାର ଲାଂଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ପୋଲିସ ବାବୁ । ଏଭଳି ଅଭିଯୋଗ ଆସିଛି ଯାଜପୁର ବିଞ୍ଜାରପୁରରୁ । ବିଝାଂରପୁର ଥାନା ଏସଆଇ ଫକିର ସିଂହ ୬୦୦୦ ଟଙ୍କା ଲାଞ୍ଚ ନେଉଥିବା ଧରାପଡ଼ିଛନ୍ତି ଭିଜିଲାନ୍ସ ହାତରେ ।

ସୁଚନା ଅନୁସାରେ, ବସନ୍ତ ଜେନା ଓ ତାଙ୍କ ପଡୋଶୀଙ୍କ ମଧ୍ୟରେ ମାମଲା ବିଝାଂରପୁର ଥାନା ରେ ହୋଇଥିଲା। ବିଝାଂରପୁର ପୋଲିସ ଅଭିଯୋଗକାରୀ ବସନ୍ତ ଜେନାଙ୍କ ବାପାକୁ ଗିରଫ କରିଥିଲେ । ଏଫଆଇଆର ରେ ଅନ୍ୟ ଦୁଇ ଭାଇଙ୍କ ନାମ ଥିବାରୁ ସେମାନଙ୍କୁ ବେଲ କରିବା ଓ ପ୍ରତିପକ୍ଷଙ୍କୁ ଗିରଫ କରିବା ଲାଗି ୬୦୦୦ ଟଙ୍କା ମାଗିଥିଲେ । ଅଭିଯୋଗକାରୀ ଭିଜିଲାନ୍ସ ର ଦ୍ୱାରସ୍ଥ ହେଲା ପରେ ଥାନା ଭିତରେ ଏସଆଇ ସିଂ ଟଙ୍କା ନେଉଥିବା ବେଳେ ପୁର୍ବ  ଯୋଜନା ଅନୁସାରେ ପ୍ରସ୍ତୁତ ଥିବା  ଭିଜିଲାନ୍ସ ତାଙ୍କୁ ଗିରଫ କରିଥିବା ସୁଚନା ଦେଇଛନ୍ତି ଯାଜପୁର ଭିଜିଲାନ୍ସ ଉପଆରକ୍ଷୀ ଅଧିକ୍ଷକ  ।

Get real time updates directly on you device, subscribe now.