fbpx

[VIDEO] Miniskirtରେ ଶାକିରାଙ୍କୁ କଡା ଟକ୍କର ଦେଲେ ପଲକ: ବଲିଉଡ ଫିଲ୍ମରେ ଆସିବେ ନଜର

ନୂଆଦିଲ୍ଲୀ: ଅଭିନେତ୍ରୀ ଶ୍ୱେତା ତିୱାରୀଙ୍କ ଝିଅ ପଲକ ତିୱାରୀ ସୋସିଆଲ ମିଡିଆରେ ଫ୍ୟାନଙ୍କ ତାପମାତ୍ରା ବଢେଇ ଦେଇଛନ୍ତି । କଲମ୍ବିଆର ପପ୍ ଷ୍ଟାର ଶାକିରାଙ୍କ ଗୀତରେ ଏକ ଡ୍ୟାନ୍ସ କରିବା ସହିତ ଏହାକୁ ଇନଷ୍ଟାଗ୍ରମାମରେ ପୋଷ୍ଟ କରିଛନ୍ତି ପଲକ । ବଲିଉଡ ପଦାର୍ପଣକୁ ଅପେକ୍ଷା କରିଥିବା ପଲକ ଏହି ଭିଡିଓରେ ଫ୍ୟାନ ମାନଙ୍କୁ ପ୍ରଭାବିତ କରିବାରେ ସକ୍ଷମ ହୋଇଥିବା ବେଳେ ଶାକିରାଙ୍କୁ କଡା ଟକ୍କର ଦେଇଥିବା ନେଇ କିଛି ଫ୍ୟାନ ଆଲୋଚନା କରିଛନ୍ତି ।

ଏହି ଭିଡିଓରେ ପଲକ ଏକ ମାଜେଣ୍ଟା ରଙ୍ଗର ସ୍କର୍ଟ ସହିତ ସମାନ ରଙ୍ଗର ହଟ ବ୍ଲାଉଜ ପିନ୍ଧିଥିବାର ନଜର ଆସିଛନ୍ତି । ଶାକିରାଙ୍କ ‘ହିପସ ଡୋଣ୍ଟ ଲାଏ’ ଗୀତରେ ସମ୍ପୂର୍ଣ୍ଣ ହଟ ଅନ୍ଦାଜରେ ନଜର ଆସିଛନ୍ତି ପଲକ । ପଲକଙ୍କ ଫିଲ୍ମ ‘ରୋଜି-ଦ ସାଫ୍ରନ ଚାପ୍ଟର’ ରିଲିଜ ଅପେକ୍ଷାରେ ରହିଥିବା ବେଳେ ଏହି ଭିଡିଓ ତାଙ୍କୁ ବେଶ ମାଇଲେଜ ପ୍ରଦାନ କରିଛି । ଏହି ଫିଲ୍ମରେ ବିବେକ ଓବେରୟ ପ୍ରମୁଖ ଭୂମିକାରେ ନଜର ଆସିବେ । ଏହି ଭିଡିଓକୁ ୩୦ ହଜାରରୁ ଅଧିକ ଲାଇକ ମିଳି ସାରିଛି । ଦେଖନ୍ତୁ ଭାଇରାଲ ଭିଡିଓ…

 

View this post on Instagram

 

A post shared by Palak Tiwari (@palaktiwarii)

Get real time updates directly on you device, subscribe now.