fbpx

ଲୋକଙ୍କ ସାମର୍ଥ୍ୟ ଓ ଦକ୍ଷତା ଯୋଗୁଁ ଭାରତ ବୈଶ୍ୱିକସ୍ତରରେ ଆର୍ଥିକ ଅଭିବୃଦ୍ଧି ଓ ଅଭିନବତ୍ୱର ଶକ୍ତିକେନ୍ଦ୍ର ଭାବେ ଉଭା ହୋଇଛି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶର ଲୋକଙ୍କ ସାମର୍ଥ୍ୟ ଓ ଦକ୍ଷତା ଯୋଗୁଁ ଭାରତ ବୈଶ୍ୱିକସ୍ତରରେ ଆର୍ଥିକ ଅଭିବୃଦ୍ଧି ଓ ଅଭିନବତ୍ୱର ଶକ୍ତିକେନ୍ଦ୍ର ଭାବେ ଉଭା ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି– ଆଇଏମ୍‍ଏଫ୍‍ ଚଳିତ ଆର୍ଥିକ ବର୍ଷରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ଆକଳନକୁ ନେଇ ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ଜରିଆରେ ଏହା କହିଛନ୍ତି । ସେ କହିଛନ୍ତି, ବିଭିନ୍ନ ଅର୍ଥନୈତିକ ସଂସ୍କାର ମାଧ୍ୟମରେ ଉନ୍ନତ ଭାରତ ଗଠନ କରାଯାଇପାରିବ ।

ଗତକାଲି ଆଇଏମ୍‍ଏଫ୍‍ ଭାରତର ମୋଟ ଘରୋଇ ଉତ୍ପାଦ-ଜିଡିପି ୬ ଦଶମିକ ୩ ପ୍ରତିଶତ ଆକଳନ କରିଥିଲା । ଆଇଏମ୍‍ଏଫ୍‍’ର ୱାର୍ଲଡ ଇକୋନୋମିକ ଆଉଟ୍‍ଲୁକର ଭାରତର ଅଭିବୃଦ୍ଧି ଶୂନ ଦଶମିକ ୨ ପ୍ରତିଶତ ବୃଦ୍ଧି ପାଇବ ବୋଲି ରିପୋର୍ଟରେ ପ୍ରକାଶ କରିଛି । ବିକାଶଶୀଳ ରାଷ୍ଟ୍ରଙ୍କ ଅର୍ଥନୀତି ତୁଳନାରେ ଭାରତର ଅର୍ଥନୀତି ସବୁଠାରୁ ଆଗରେ ରହିବ ବୋଲି ଆଶା କରାଯାଉଛି । ରୁଷ୍‌-ୟୁକ୍ରେନ୍ ଏବଂ ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ପରିପ୍ରେକ୍ଷୀରେ ରୁଷ୍ ଓ ଚୀନ୍ ଭଳି ରାଷ୍ଟ୍ରର ଅଭିବୃଦ୍ଧି ହାର ଉପରେ ପ୍ରତିକୂଳ ପ୍ରଭାବ ପଡିବ ବୋଲି ଆଶଙ୍କା କରାଯାଉଛି ।

ସୂଚନାଯୋଗ୍ୟ ଆଇଏମ୍‌ଏଫ୍ ପକ୍ଷରୁ ଚଳିତ ଆର୍ଥିକ ବର୍ଷ ପାଇଁ ଅଭିବୃଦ୍ଧି ହାରତ ୬.୧ରୁ ୫.୯ ପ୍ରତିଶତକୁ ହ୍ରାସ କରାଯାଇଥିଲା । ଅପରପକ୍ଷରେ ଆଇଏମ୍‌ଏଫ୍ ପକ୍ଷରୁ ଚଳିତ ଆର୍ଥିକ ବର୍ଷରେ ଚୀନ୍‌ର ଅଭିବୃଦ୍ଧି ହାର ୫.୨ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରାଯାଇଛି । ୨୦୨୪-୨୫ରେ ଏହା ୪.୫ରୁ ୪.୨ ପ୍ରତିଶତ ମଧ୍ୟ ହ୍ରାସ ପାଇବ ବୋଲି କୁହାଯାଇଛି । ଚୀନ୍‌ରେ ରିଏଲ ଇଷ୍ଟେଟ୍ ବ୍ୟବସାୟ ବ୍ୟାପକ କ୍ଷତିରେ ଚାଲୁଥିବାରୁ ଏହାର ପ୍ରତିକୂଳ ପ୍ରଭାବ ଅଭିବୃଦ୍ଧି ହାର ଉପରେ ପଡିବ ବୋଲି ଅନୁମାନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଆଇଏମ୍‌ଏଫ୍‌ର ମୁଖ୍ୟ ଅର୍ଥନୀତିଜ୍ଞ ପିଏରେ-ଅଲିଭର ଗୌରିନ୍‌ଚାସ୍ କହିଛନ୍ତି ଯେ ରିଏଲ ଇଷ୍ଟେଟ୍ ସେକ୍ଟରକୁ ଅଧିକ ଶକ୍ତିଶାଳୀ କରିବା ଦିଗରେ ଚୀନ୍ ସରକାର ପଦକ୍ଷେପ ଗ୍ରହଣ କରିବା ଜରୁରୀ ହୋଇପଡିଛି ।

Get real time updates directly on you device, subscribe now.