fbpx

ଲଦାଖ ଅଞ୍ଚଳରେ ଭାରତ କୋଣସି ଅଞ୍ଚଳ ହରାଇ ନାହିଁ, ସେନା ଦେଲା ସ୍ପଷ୍ଟିକରଣ

ନୁଆଦିଲ୍ଲୀ: ଲଦାଖ ସୀମାରେ ଭାରତ ପ୍ରାୟ ୨୬ଟି ପେଟ୍ରୋଲିଂ ପଏଣ୍ଟ ହରାଇ ଥିବା ଖବର ଉପରେ ସ୍ପଷ୍ଟିକରଣ ଦେଇଛି ସେନା। ସେନା ପକ୍ଷରୁ ଜାରି ବୟାନରେ ଏହି ଦାବିକୁ ଖଣ୍ଡନ କରାଯାଇଛି। ସେନା ପକ୍ଷରୁ କୁହାଯାଇଛି ଯେ, ବିବାଦୀୟ ଅଞ୍ଚଳରେ ଭାରତ କୋଣସି ପଏଣ୍ଟରେ ଉପସ୍ଥିତି ହରାଇ ନାହିଁ। ଏହା ସହିତ ଏହି ଅଞ୍ଚଳରେ ଭାରତ ମଧ୍ୟ ସମାନ ଭାବେ ବୈଷୟିକ ଭାବେ ଚୀନ୍ ସେନା ସହିତ ସମକକ୍ଷ ରହିଛି। ଭାରତ ଲଦାଖ ସିମରେ ୬୫ରୁ ୨୬ ପେଟ୍ରେଲିଂ ପଏଣ୍ଟରେ ଉପସ୍ଥିତି ହରାଇଥିବା ଖବର ଆସିବା ପରେ ସେନା ପକ୍ଷରୁ ଏହି ବୟାନ ଅସିଛି।

ଲଦାଖର ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ରିପୋର୍ଟରେ ଏହି ଚିନ୍ତାଜନକ ତଥ୍ୟ ପ୍ରକାଶ ପାଇବା ପରେ ସେନା ଏହି ବୟାନ ଦେଇଛି। ଲଦାଖର ମୁଖ୍ୟ ସହର ଲେହର ପୋଲିସ ଅଧୀକ୍ଷକ ପିଡି ନିତ୍ୟା ଏହି ରିପୋର୍ଟରେ କହିଥିଲେ ଯେ, ବର୍ତ୍ତମାନ କରାକୋରାମ ପାସରୁ ଚୁମୁର ପର୍ଯ୍ୟନ୍ତ ୬୫ ଟି ପିପି ପେଟ୍ରୋଲିଂ ପଏଣ୍ଟରୁ ୨୬ଟି ଭାରତ ଏବେ ଉପସ୍ଥିତି ହରାଇଛି । ଯେଉଁଠାରେ ଆଇଏସ୍‌ଏଫ୍ (ଭାରତୀୟ ସୁରକ୍ଷା ବଳ) ମୁତୟନ ହୋଇଥାନ୍ତି।

ଗତ ସପ୍ତାହରେ ଦିଲ୍ଲୀରେ ଦେଶର ବରିଷ୍ଠ ପୋଲିସ ଅଧିକାରୀଙ୍କ ବାର୍ଷିକ ସମ୍ମିଳନୀରେ ଏହି ରିପୋର୍ଟ ଦାଖଲ କରାଯାଇଥିଲା ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଯୋଗ ଦେଇଥିଲେ।

ଅଧିକାରୀ ଜଣକ ଏହା ମଧ୍ୟ ଲେଖିଥିଲେ ଯେ, ‘ସର୍ବୋଚ୍ଚ ଶିଖରରେ ଏହାର ସର୍ବୋତ୍ତମ କ୍ୟାମେରା ଲଗାଇ ଆମର ସୁରକ୍ଷା ବାହିନୀର ଗତିବିଧି ଉପରେ ନଜର ରଖି ବଫର୍ ଜୋନର ଲାଭ ଉଠାଇଛି … ବଫର୍ ଜୋନ୍‌ରେ ମଧ୍ୟ ସେମାନେ ଆମର ଗତିବିଧିକୁ ବିରୋଧ କରୁଛନ୍ତି। ତେବେ ଏହାର ଫାଇଦା ଉଠାଇ ଚାଇନା ଏହା ସେମାନଙ୍କର ଅଞ୍ଚଳ ବୋଲି ଆଗକୁ ଦାବି କରି ପାରନ୍ତି ବୋଲି କହିଥିଲେ।’

Get real time updates directly on you device, subscribe now.