fbpx

ଭାରତ ରଦ୍ଧ କଲା ୪ଟି ଦେଶର ଭିସା

ନୂଆଦିଲ୍ଲୀ,୩ ।୩: ଚୀନରେ ବ୍ୟାପୁଥିବା ମହାମାରୀ କରୋନା ଭାଇରସ୍ ଏବେ ଭାରତ ଉପରେ ନିଜର ପ୍ରଭାବ ପକାଇବାରେ ଲାଗିଲାଣି । ରାଜଧାନୀ ଦିଲ୍ଲୀ ଓ ତେଲେଙ୍ଗାନାରେ ୨ ଜଣ ସଂକ୍ରମିତ ରୋଗୀ ଚିହ୍ନଟ ହେବା ପରେ ନୋଏଡାରେ ଜଣେ ଓ ଆଗ୍ରାରେ ୧୩ ଜଣ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି । କରୋନା ପ୍ରତିହତ ପାଇଁ ନୂଆ ଆଡଭାଇଜରି ଜାରି କରିଛନ୍ତି କେନ୍ଦ୍ର ସରକାର । ଆଜି ୪ଟି ଦେଶର ଭିସାକୁ ରଦ୍ଧ କରିଛନ୍ତି କେନ୍ଦ୍ର ସରକାର । ୪ଟି ଦେଶ ଯଥା- ଇଟାଲୀ, ଜାପାନ, ଇରାନ ଓ ଦକ୍ଷିଣ କୋରିଆର ଭିସା ରଦ୍ଧ ହୋଇଛି ।

Get real time updates directly on you device, subscribe now.