fbpx

ବସ୍ ଓଲଟି ଜଣେ ମୃତ, ୧୮ରୁ ଅଧିକ ଆହତ

ରାଉରକେଲା,୩ ।୩(ଓଡିଶା ଭାସ୍କର): ଓଲଟିଲା ଯାତ୍ରୀବାହୀ ବସ୍ । ଭାରସାମ୍ୟ ହରାଇ ବସଟି ରାଉରକେଲା ବୀରମିତ୍ରପୁର ଥାନା ଲାସେ ନିକଟସ୍ଥ ୧୪୩ ନମ୍ବର ଜାତୀୟ ରାଜପଥରେ ଓଲଟି ପଡିଛି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୮ରୁ ଅଧିକ ଆହତ ହୋଇଥିବା ଜଣାପଡିଛି । ଆହତମାନଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ବସଟି ବୀରମିତ୍ରପୁରରୁ ରାଉରକେଲା ଅଭିମୁଖେ ଆସୁଥିବା ସୂଚନା ମିଳିଛି ।

Get real time updates directly on you device, subscribe now.